*ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର ଆଡମିଶନ୍ ହେଲ୍ପ ଡେସ୍କ*
ସମ୍ବଲପୁର, ୨୪ ଜୁନ (ଭଂଜଦୂତ ): ଯୁକ୍ତ୩+ ନାମଲେଖା ପ୍ରକ୍ରିୟାରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ଆଜି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ “ହେଲ୍ପ ଡେସ୍କ-୨୦୨୬” ଆୟୋଜିତ ହୋଇଯାଇଛି। ନାମଲେଖା ସମ୍ପର୍କିତ ବିଭିନ୍ନ ତଥ୍ୟ, ଅନଲାଇନ୍ ଆବେଦନ ପ୍ରକ୍ରିୟା, ଦଲିଲପତ୍ର ଯାଞ୍ଚ ଓ ବିଶ୍ୱବିଦ୍ୟାଳୟରେ ଉପଲବ୍ଧ ବିଭିନ୍ନ ପାଠ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଏହି ହେଲ୍ପ ଡେସ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା।
ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁମିତ୍ ପଟେଲ, ରାଜ୍ୟ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଚୁମନ ପ୍ରଧାନଙ୍କ ନେତୃତ୍ୱ ଓ ସମନ୍ୱୟରେ ଆୟୋଜିତ ଏହି ସହାୟତା କେନ୍ଦ୍ରକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ମିଲନ ହୋତା ଉଦ୍ଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ପ୍ରଦୋଷ ମହାନ୍ତି ଏବଂ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ଜୋନ୍ ଉପସଭାପତି ଦେବଜ୍ୟୋତି ପଟ୍ଟନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ।
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପ୍ରତିବର୍ଷ ସମ୍ବଲପୁର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆସିଥାନ୍ତି। ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ଦୂରଦୂରାନ୍ତ ଅଞ୍ଚଳରୁ ଆସୁଥିବା ବେଳେ ନାମଲେଖାର ସଠିକ୍ ପ୍ରକ୍ରିୟା, ଆବଶ୍ୟକ ଦଲିଲପତ୍ର, ବିଭିନ୍ନ ପର୍ଯ୍ୟାୟ ଓ ସମୟସୀମା ସମ୍ପର୍କରେ ଅବଗତ ନଥାନ୍ତି। ଏଭଳି ପରିସ୍ଥିତିରେ ହେଲ୍ପ ଡେସ୍କର ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଫଳରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ନାମଲେଖା ପ୍ରକ୍ରିୟାକୁ ସହଜ ଓ ନିର୍ଭୁଲ ଭାବେ ସମ୍ପନ୍ନ କରିବାରେ ସହାୟତା ପାଇଥିଲେ।
ଏହି ହେଲ୍ପ ଡେସ୍କରେ ଆର୍ଯ୍ୟନ ବୋହିଦାର, ସୁଭାନ ସାହୁ, ଶିବୁ ସେଠ, ଶିବୁ ପ୍ରସାଦ ଦୀପ, ପ୍ରିୟାଂଶୁ ପ୍ରଧାନ, ସମୀର ପ୍ରଧାନ, ଅସିତ ସାହୁ, ଅର୍ଜିତ ତ୍ରିପାଠୀ, ଆକାଶ ବିଶ୍ୱାଳ, ରୋଶନ ସାହୁ, ମନୀଷ ସେନାପତି, ହର୍ଷବର୍ଦ୍ଧନ ଜୈନ, ନାଗେଶ୍ୱର ବାଘ, ଆଦର୍ଶ ବାଘ, ତ୍ରିଲୋଚନ ମହାନନ୍ଦ, ଶୁଭମ ତାଣ୍ଡିଆ, ଶୁଭମ ମହାନ୍ତି, ଆର୍ଯ୍ୟନ ନାୟକ, ଆଶ୍ଲେଷ ବିଶ୍ୱାଳ, ଗୌରବ ମହାପାତ୍ର, ଆଶିଷ ମହାନନ୍ଦ, ସମୀର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ/
