ଗତ କାଲି ରାତି ରେ ପ୍ରବଳ ବର୍ଷା ରେ ଆଦିବାସୀ ଗ୍ରାମ ରେ ବିଧାୟକ ରୂପେସ ପାଣିଗ୍ରାହୀ ।
ଗଜପତି (ଟିକି ଲିମା)
ଗତକାଲି ଅପରାହ୍ନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଥିଲା , ସେଇ ପ୍ରବଳ ବର୍ଷା ରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ସିଙ୍ଗିପୁର କଲୋନୀ ସାହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପହଞ୍ଚି, ଆଦିବାସୀ ଭାଇ ଭଉଣୀ ମାନଙ୍କ ସହ ମିଶି ସେମାନଙ୍କ ସମସ୍ୟା ଦେଖିଥିଲେ । ଗତ କାଲି ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଙ୍କ ଗଜପତି ଜିଲ୍ଲା ଗ୍ରସ୍ତ ଥିଲା, ଦିନତମାମ ମନ୍ତ୍ରୀ ଙ୍କ ସହ ରହି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସାରି , ଅଚାନକ ସନ୍ଧ୍ୟା ସମୟରେ ଗୋଷାଣୀ ବ୍ଲକ ଗ୍ରସ୍ତ କରିଥିଲେ ବିଧାୟକ । ଗୋଷାଣୀ ଠାରେ ପହଞ୍ଚିବା ବେଳକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ତୁରନ୍ତ ନିକଟ ରେ ଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମ ସିଙ୍ଗିପୁର କଲୋନୀ ସାହି ପହଞ୍ଚି ସେଠାରେ ଥିବା ଆଦିବାସୀ ଭାଇ ଭଉଣୀ ମାନେ କିଭଳି ବର୍ଷା ଦେଲେ ସମସ୍ୟା ର ସମ୍ମୁଖୀନ ହେଉଛନୀ ବିଧାୟକ ଦେଖି ଦୁଃଖ ପ୍ରକାଶ କରିଛନ୍ତି, ଏହି ଭଳି ବର୍ଷା ରେ ଆଦିବାସୀ ଗ୍ରାମ କୁ ଯାଇ ଲୋକ ଙ୍କ ସହ ମିଶିବା ଓ ସେମାନଙ୍କ ସମସ୍ୟା ବୁଝିବା ସାରା ଜିଲ୍ଲା ର ଲୋକ ବିଧାୟକ ଙ୍କୁ ପ୍ରଶଂସା କରିଛନ୍ତି। ସେଇ ଗ୍ରାମ ର ଲୋକ ମାନଙ୍କ ଓ ଗ୍ରାମ ର ରାସ୍ତା, ନାଳ, ବୃଦ୍ଧ ବୃଦ୍ଧା ମାନଙ୍କ ଭର୍ତ୍ତା ପାଉଛନ୍ତିକି ନାହିଁଜ ପଚାରି ବୁଝିଥିଲେ ବିଧାୟକ । ଗ୍ରାମ ରେ ଥିବା ସମସ୍ତ ସମସ୍ୟା ର ସମାଧାନ ଅତିଶିଘ୍ର କରିବେ ବୋଲି ପ୍ରତିଶ୍ରୁତି ଦେଲେ ବିଧାୟକ ରୂପେସ ପାଣିଗ୍ରାହୀ।
