*ବିଜ୍ଞାପିତ ଅଞ୍ଚଳ ପରିଷଦ, ଖରିଆର ରୋଡ଼ ଦ୍ବାରା ବିକାଶ ର ଧାରା ଓଡ଼ିଶା ସାରା କାର୍ଯ୍ଯକ୍ରମ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା-୨୪/୦୬
ନୂଆପଡା ଜିଲ୍ଲାର ବିଜ୍ଞାପିତ ଅଞ୍ଚଳ ପରିଷଦ, ଖରିଆର ରୋଡ଼ ଦ୍ବାରା ବିକାଶ ର ଧାରା ଓଡ଼ିଶା ସାରା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜୟ ଢୋଲକିଆ, ମାନ୍ୟବର ବିଧାୟକ, ନୂଆପଡା ଓ ସମ୍ମାନିତ ଅତିଥି ଭାବେ ଶ୍ରୀ ବସନ୍ତ କୁମାର ପଣ୍ଡା, ମାନ୍ୟବର ପୂର୍ବତନ ସାଂସଦ, କଲାହାଣ୍ଡି, ଡ଼ଃ ସୋନିଆ ଜୈନ, ଅଧ୍ୟକ୍ଷ୍ୟା, ଶ୍ରୀ ନିଶାନ୍ତ ଡାଗା, ଉପାଧ୍ୟକ୍ଷ, ଶ୍ରୀ ଗୋଲ୍ଡି ଅଗ୍ରୱାଲ, ମାନନୀୟ ସାଂସଦ ଙ୍କ ପ୍ରତିନିଧି, ଶ୍ରୀ କମଳାସନ ରଥ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସମସ୍ତ ସଭ୍ୟ ଓ ସଭ୍ୟା ଯୋଗ ଦେବା ସହ ବହୁ ମାତ୍ରା ରେ ଜନ ସାଧାରଣ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ଜନ ସାଧାରଣ ଙ୍କ ସହ ସରକାର ଙ୍କ ସିଧାସଳଖ ସମ୍ପର୍କ କୁ ସୁଦୃଢ କରିବା, ନାଗରିକ ମାନଙ୍କ ସକ୍ରିୟ ସହଭାଗିତା କୁ ପ୍ରୋତ୍ସାହନ ଦେବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କ ରେ ସଚେତନତା ସୃଷ୍ଠି କରିବା ଓ ନାଗରିକ ମାନଙ୍କ ମତାମତ ଓ ଆଶା ଆକାଂକ୍ଷା କୁ ଶାସନ ପ୍ରକ୍ରିୟା ସହ ଯୋଡ଼ିବା ଉଦ୍ଦେଶ୍ୟ ରେ ଆୟୋଜନ କରାଯାଇଥିଲା। ଏହା ସହିତ ହିତାଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣା ଯୋଜନା ଅଧୀନରେ ଖାଉଟୀ କାର୍ଡ ଏବଂ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତୀ ଅବସର ରେ ପ୍ରମୁଖ ସଫଳତା ର ବାର୍ତ୍ତା ପୁସ୍ତିକା “ବିକାଶର ଧାରା ଓଡ଼ିଶା ସାରା” ଉପସ୍ଥିତ ଥିବା ସମସ୍ତ ଜନ ସାଧାରଣଙ୍କ ଅବଗତି ନିମନ୍ତେ ବଣ୍ଟନ କରାଗଲା।
