ଓଡ଼ିଆ ବିଭଗ ଛାତ୍ରଛାତ୍ରୀଙ୍କର ପ୍ରଶିକ୍ଷଣ
କାମାକ୍ଷାନଗର, କାମାକ୍ଷାନଗର ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ଛତ୍ରଛାତ୍ରୀଙ୍କ ସକାଶେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଶାଳବଣ ର କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ପ୍ରକାଶିତ ପୁସ୍ତକ ଉପରେ ଜ୍ଞାନ ଆହାରଣ କରିବା ସହିତ ତାଙ୍କର ଜୀବନୀଶୈଳୀ ଉପରେ ଜ୍ଞାନ ଆହରଣ ସକାଶେ ପାଠକ ବିଚାର ମଞ୍ଚ କାର୍ଯ୍ୟାଳୟ ରେ ପହଁଚି ଥିଲେ l ସେଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ପ୍ରଭାତ କୁମାର ଦାଶ ଯୋଗଦେଇ ଶାଳବଣ ର କବି ଜଣେ ରାଜ୍ୟ ସ୍ତରୀୟ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ କାମାକ୍ଷାନଗର ଅଞ୍ଚଳରେ ସମାଜ ସେବା କୁ ଗୁରୁତ୍ୱ ଦେଇ କାମାକ୍ଷାନଗର ମହାବିଦ୍ୟାଳୟ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ଗ୍ରହଣ କରି ପ୍ରତିଷ୍ଠାତା ସଂପାଦକ ରହିଥିବାର ପ୍ରକାଶ କରିଥିଲେ l ଏଇ ଅବସରରେ ଶାଳବଣ ର କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ପୁଅ ସାମ୍ବାଦିକ ଶୁଭମୟ ନନ୍ଦଙ୍କ ସହିତ ଆଲୋଚନା କରି ତାଙ୍କ ର ଜୀବନୀ ଓ ଲେଖନୀ ଶୈଳୀ ସଂପର୍କ ରେ ପଚାରି ବୁଝିଥିଲେ l ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼କ୍ଟର ଜୟକୃଷ୍ଣ ମିଶ୍ର, ଅଧ୍ୟାପିକା ଭାଗ୍ୟଶ୍ରୀ ସାହୁଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
