ବିଦ୍ୟାଳୟ ର ଗୃହ ସମସ୍ୟା ଓ ନିର୍ମାଣ ପାଇଁ ବିଧାୟକ ଙ୍କୁ ଦାବି
କଙ୍କଡ଼ାହାଡ଼ –
ଢ଼େଙ୍କାନାଳ ଜିଲ୍ଲା ପାଙ୍ଗ। ତିରା ର ଆଞ୍ଚଳିକ
ବିଦ୍ୟା ନିକେତନ ,ସିନ୍ଦୁରମୁଣ୍ଡି ର ଗୃହ ସମସ୍ୟା ନେଇ ଦାବି ପତ୍ର
ପ୍ରଦାନ କଲେ ଗ୍ରାମବାସୀ,ବିଦ୍ୟାଳୟ ପରିଚାଳନା କମିଟି,ସଭ୍ୟ
ସଭ୍ୟା ଓ କର୍ମଚାରୀ ମାନେ, ଏହି ଦାବିପତ୍ର କୁ ବିଧାୟକ
ବିଭୂତି ଭୁଷଣ ପ୍ରଧାନ ଙ୍କୁ ଦେଇଛନ୍ତି,୧୯୯୧ ମସିହା ରୁ ସ୍ଥାପିତ
ବିଦ୍ୟାଳୟ ରେ ଚଳିତ ବର୍ଷ ୧୩୫ ଛାତ୍ର ଛାତ୍ରୀ ପାଠ ପଢୁ ଛନ୍ତି,
ଦୁଇଟି ଶ୍ରେଣୀରେ ନବମ ଓ ଦଶମ ଶ୍ରେଣୀ ପିଲା ପଢ଼ନ୍ତି, ବିଦ୍ୟାଳୟ ଟି ଅଣ ସ୍ୱୀକୃତି ସରକାରୀ ବିଦ୍ୟାଳୟ ଭାବେ ହୋଇ ଥିବରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆଜ ବେଷ୍ଟ ଘର
କେବଳ ସାହା ଭରଷା ହୋଇଛି, ଏହି ଘର ପ୍ରତ୍ୟେକ କାଳ
ବୈଶାଖୀ ରେ କ୍ଷତି ଗ୍ରସ୍ତ ହୋଇଥାଏ,ଯାହାକି ଗ୍ରାମବାସୀ ଓ
ସ୍ଥାନୀୟ ସରପଂଚ ଙ୍କ ସହଯୋଗ ରେ ମରାମତି କରି କାମ
ଚଳାଇ ଦେଇଥାନ୍ତି, ଏହି ଅଞ୍ଚଳ ଆଦିବାସୀ ଘେରା ହୋଇଥିବାରୁ
୮୦ ପ୍ରତିଶତ ଛାତ୍ର ଛତ୍ରୀ କେବଳ ଆଦିବାସୀ ହୋଇଥାନ୍ତି,
ଏଇ ଆଜ ବେଷ୍ଟ ତଳେ ଶିକ୍ଷାଦାନ ହେବାରେ ଚଳିତ କାଳ
ବୈଶାଖୀ ରେ ସଂପୂଣ୍ଣ ଭାଙ୍ଗି ଯିବା, ଟିଣ ଉଡେଇ ନେବା ରେ
ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି,ଯୁଦ୍ଧ କାଳୀନ ସହାୟତା ଓ ସାହାଯ୍ୟ ପାଇଁ ବିଧାୟକ ଙ୍କୁ ନିବେଦନ କରାଯାଇଛି ।
