ପୁଣି ଜଣେ କରିତ୍କର୍ମା ଶିକ୍ଷକ ଙ୍କ କଳଙ୍କିତ କାରନାମା
ବେତନଟୀ, (ନି ପ୍ରୋ ):୩/୫ : ପରୀକ୍ଷାରେ ଫେଲ କରାଇବାର ଧମକ ଦେଇ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବେତନଟୀ ଥାନା ଅନ୍ତର୍ଗତ କେସିପୁର ଫାଣ୍ଡି ଅଞ୍ଚଳର ଜଣେ ହାଇସ୍କୁଲ ଶିକ୍ଷକ ଯତୀନ୍ଦ୍ର ମହାନ୍ତ (୫୬)ଙ୍କୁ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ହାଇସ୍କୁଲ ଶିକ୍ଷକ ଛାତ୍ରୀଙ୍କୁ ପରୀକ୍ଷାରେ ଫେଲ କରାଇବାର ଧମକ ଦେଇ ବ୍ଲାକମେଲ କରିବାର ଉଦ୍ୟମ କରିଥିଲେ। ଗତ ଏପ୍ରିଲ ୨୫ ତାରିଖ ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଛାତ୍ରୀ ଜଣକ ଡାକ୍ତରଖାନାରୁ ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ପରିବାର ପକ୍ଷରୁ ବେତନଟୀ ଥାନାରେ ଲିଖିତ ଅଭିଯୋଗ ଦାଖଲ ହେବା ପରେ ପୋଲିସ ତୁରନ୍ତ ମାମଲା ରୁଜୁ କରି ଅଭିଯୁକ୍ତ ହାଇସ୍କୁଲ ଶିକ୍ଷକ ଯତୀନ୍ଦ୍ର ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବେତନଟୀ ଥାନା କେଶ ନମ୍ବର ୧୯୦ ରେ ଏହି ମାମଲା ରୁଜୁ ହୋଇଛି।
ପୋଲିସ ଅଧିକାରୀମାନେ ଘଟଣାର ବିସ୍ତୃତ ତଦନ୍ତ ଜାରି ରଖିଛନ୍ତି। ଛାତ୍ରୀଙ୍କ ବୟାନ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ମାମଲାକୁ ତଦନ୍ତ କରାଯାଉଛି। ଏହି ପ୍ରକାରର ଘଟଣା ଶିକ୍ଷା କ୍ଷେତ୍ରରେ ଶିକ୍ଷକ-ଛାତ୍ରୀ ସମ୍ପର୍କର ପବିତ୍ରତାକୁ ନଷ୍ଟ କରୁଥିବାରୁ ସ୍ଥାନୀୟ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।ଏହି ଘଟଣା ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ନିରାପତ୍ତା ଏବଂ ନୈତିକତା ପ୍ରତି ସଚେତନତା ବଢ଼ାଇବା ଆବଶ୍ୟକତାକୁ ଆହ୍ୱାନ କରୁଛି। ପୋଲିସ ତଦନ୍ତର ପରିଣାମ ଉପରେ ସମସ୍ତଙ୍କ ନଜର ରହିଛି।
