ଚଣ୍ଡିଖୋଲ ପ୍ରେସ କ୍ଲବ ପ୍ରକ୍ଷରୁ ବିଶ୍ଵ ଶ୍ରମିକ ଓ ବୁଦ୍ଧ ଜୟନ୍ତୀ ପାଳିତ।
ବଡ଼ଚଣା -(ଭଞ୍ଜଦୂତ ଖବର :ନିରୋଜ କୁମାର ସେଠି:ନିପ୍ର )
ଚଣ୍ଡିଖୋଲ ପ୍ରେସ କ୍ଲବ ପ୍ରକ୍ଷରୁ ବିଶ୍ଵ ଶ୍ରମିକ ଦିବସ ଓ ବୁଦ୍ଧ ଜୟନ୍ତୀ ପୂତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଶ୍ରମିକ ହେଉଛନ୍ତି ଏକ ଶସକ୍ତ ଦେଶର ମୁଳ ପିଣ୍ଡ। ତାଂକ ହାତ ନ ଲାଗିଲେ କାମ ହେବା ଅଶମ୍ବବ ତାଂକ ର ପରୀଶ୍ରମ,ତ୍ୟାଗ ରେ ଗଢି ଉଠେ ସମାଜର ସାମାଜିକ ସଙ୍ଗଠନର ଠାରୁ କଳକାରଖାନା, କୃଷି ଭିତ୍ତିକ କାର୍ଯ୍ୟ କ୍ରମ, ରାସ୍ତା ନିର୍ମାଣ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସେମାନେ ନିୟୋଜିତ ହୋଇ କାର୍ଯ୍ୟ କରିଥାନ୍ତି।ନିଜର ଅଧିକାର ଲଢିବା ପାଇଁ ସଦା ସର୍ବଦା ଚେଷ୍ଠୀତ। ଶ୍ରମିକ ଦିବସ ଆମକୁ ସ୍ମରଣ କରିଦିଏ ଶ୍ରମିକ ମାନଙ୍କର ଧୈର୍ଯ୍ୟ, ସମ୍ମାନ,ସାହାସ ସୁରକ୍ଷା,ଦାୟିତ୍ଵ ଓ ଅଧିକାର ରକ୍ଷା କରି ବା ଆମ ମାନଙ୍କର ଦାୟିତ୍ଵ । ସମଗ୍ର ବିଶ୍ଵକୁ ଅହିଂସାର ଦୂତ ମାଜିବା ଓ ଏକତା ସୁତ୍ର ରେ ବାନ୍ଧି ରଖିବା ପ୍ରଭୁ ବୃଦ୍ଧଙ୍କ ଜୟନ୍ତୀ ପାଳନ ଅବସରରେ ସଭାପତି ଭକ୍ତ ଚରଣ ସାହୁଙ୍କ ସଭାପତିତ୍ବରେ ଶ୍ରମିକ ଦିବସ ଓ ବୁଦ୍ଧ ଜୟନ୍ତୀ ଅନୁଷ୍ଠିତ ହୋଇଥିଲା।ଏଥିରେ ବରିଷ୍ଟ ସଭ୍ୟ ମହେଶ୍ୱର ବଳ, ଉପସଭାପତି ପ୍ରଦୀପ ପୃଷ୍ଟି,ନିଜର ମତ ବ୍ୟକ୍ତ କରିଥିଲେ। ସମ୍ପାଦକ ପ୍ରମୋଦ କୁମାର ଜେନା ବିବରଣୀ ପାଠ କରିବା ସହ ଆଗାମୀ ଦିନ ରେ କାଜ୍ୟ ପନ୍ଥା ବିଷୟରେ ଆଲୋଚନା କରିଥିଲେ।ସଙ୍ଘର ସହ ସମ୍ପାଦକ ପ୍ରବିତ୍ର ସାମଲ, କୋଷାଧ୍ୟକ୍ଷ ଉକ୍ତ ପ୍ରସନ୍ନ ପ୍ରଧାନ, ତ୍ରୈଲୋକ୍ୟ ନାୟକ, ଦେବେନ୍ଦ୍ର ନାୟକ,ମନୋଜ ପଣ୍ଡା,ତଫିରୁଦ୍ଦିନ ଖାଁ,ଅଜୟ ଜେନା,ବିମଳ ବେହେରା,ତାପସ ମିଶ୍ର,ଶ୍ରାକାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଥିଲେ।ତଫିରୁଦିନ ଖାଁ ଧନ୍ୟ ବାଦ ଅପ୍ରଣ କରିଥିଲେ।
ତ
