*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତ୍ତନ ଓଡ଼ିଆ ଅଧ୍ୟାପକ ବିଜୟ କୁମାର ବାରିକ ଙ୍କ ଗତକାଲି ରାୟପୁର ଠାରେ ଚିକିତ୍ସିତ ଅବସ୍ଥା ରେ ମୃତ୍ୟୁ*
ନୂଆପଡା(ମିଖାଏଲ ନନ୍ଦ)
ତ:୦୪.୦୫.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତ୍ତନ ଓଡ଼ିଆ ଅଧ୍ୟାପକ ବିଜୟ କୁମାର ବାରିକ ଙ୍କ ଗତକାଲି ରାୟପୁର ଠାରେ ଚିକିତ୍ସିତ ଅବସ୍ଥା ରେ ମୃତ୍ୟୁ ହୋଇଅଛି। ତାଙ୍କ ବିୟୋଗ ରେ ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳି ଜମାଇଛନ୍ତି। ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତ୍ତନ ଓଡ଼ିଆ ଅଧ୍ୟାପକ ଭାବରେ ଅନେକ ଦିନ ଶିକ୍ଷାର ଆଲୋକ ପ୍ରଦାନ କରିଥିବା ବେଳେ ଓଡ଼ିଆ ଭାଷା ଏବଂ ସାହିତ୍ୟ ସାଧନାରେ ଜୀବନକୁ ଉସର୍ଗିକୃତ କରିଥିଲେ। ଶ୍ରେଣୀ କୋଠରୀ ହେଉ ବା ସଭା ସମିତିରେ ତାଙ୍କ ବକ୍ତବ୍ୟ ଛାତ୍ର ଛାତ୍ରୀ ହେଉ କି ଶ୍ରୋତା ଙ୍କୁ ବାନ୍ଧି ରଖିବାର ନିକ୍ଷୁଣ କଳା ର ଅଧିକାରୀ ଥିଲେ। ଆଧ୍ୟାତ୍ମିକ ଚେତନ, ଉତ୍ତମ ଶିକ୍ଷକ, ଜନ ସେବାରେ ନିଜକୁ ନିଯୁକ୍ତି କରିଥିବା ସହ ରକ୍ତଦାନ ମହତ୍ କାର୍ଯ୍ୟ କରିବାକୁ ବେଶୀ ଭଲ ପାଉଥିଲେ। ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ୩୮ ବର୍ଷ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ବୃତ୍ତିକାଳ । ଅବସର ନେବା ପରେ ମଧ୍ୟ ଖଡ଼ିଆଳ ସାହିତ୍ୟ ମାଟିକୁ ପସନ୍ଦ କରି ସାହିତ୍ୟ, ସଂସ୍କୃତି, ଓ ସେବା ପାଇଁ ଏଠାରେ ଜିବନ୍ବନିର୍ବହ କରୁଥିଲେ। ତାଙ୍କ ଅନନ୍ୟା ସତ୍ୟସାଇ ବାବା ଏବଂ ଟ୍ରଷ୍ଟ ଉପାଧ୍ୟକ୍ଷ ରୂପେ ଦାୟିତ୍ୱରେଥଲେ
