ବିପୁଳ ଜିଞ୍ଜର ଓ ଦେଶୀ ମଦ ସହିତ ୬ ମୋଟର ସାଇକେଲ ଜବତ, ୭ ଗିରଫ ୧ ଫେରାର ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ,ନିପ୍ର)::: ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ଶ୍ରୀ ହରିହର ସିଂ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲେଶ୍ୱର -୨ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଭବେଶ ଦାସ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଅନନ୍ତପୁର ଥାନା ଅନ୍ତର୍ଗତ ସୋଳଗାଁ ଦୟାନିଧିପୁର, ଗୁଡ଼ ଏବଂ ବାଲିଛନ୍ଦାଘାଟ ଛକ ନିକଟରେ ଚଢ଼ାଉ କରାଯାଇ ୪୦୫ ଲିଟର ଜିଞ୍ଜର ଓ ୩୦ ଲିଟର ଦେଶୀ ରନ୍ଧା ମଦ ଏବଂ ୬ଟି ମୋଟର ସାଇକେଲ ଜବତ କରାଯିବା ସହିତ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଆଢୁଆଁ ଗ୍ରାମର କପିଳ ମଲ୍ଲିକ, ଶ୍ରୀହରି ଦାସ , ସୁଶାନ୍ତ ମଲ୍ଲିକ , ରାଜେଶ ମଲ୍ଲିକ, ଜୁଳୁକା ମଲ୍ଲିକ ଓ ବାଲିଛନ୍ଦା ଘାଟ ର ନିରାକାର ମଲ୍ଲିକ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଘଟଣା ସ୍ଥଳ ରୁ ଫେରାର ହୋଇଥିବା ଆସାମୀ ସୋଳଗାଁ ଗ୍ରାମର କାଁହୁ ଚରଣ ନାୟକ ଓ ଜବତ ହୋଇଥିବା ଜିଞ୍ଜର ଓ ଦେଶୀ ରନ୍ଧା ମଦ ଓ ମୋଟର ସାଇକେଲର ଆନୁମାନିକ ମୂଲ୍ୟ ୭ ଲକ୍ଷ ୫0 ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ଲମ୍ବୋଦର ମହାନ୍ତ ଓ କନେଷ୍ଟବଳ ସୁନାରାମ ସୋରେନ, ପଙ୍କଜ ମହାନ୍ତି, ସୁବୀରକାନ୍ତ ବେହେରା, ନହ।ନ ମୁର୍ମୁ ଓ ସେକ କଲିମ ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ଥାନା ପକ୍ଷରୁ କେଶ ନଂ ୩୦/୨୬-୨୭ ଓ ୪୦,୪୧, ୪୨, ୪୩, ୪୪, ୪୫/୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇଛି ।
