*ନୂଆପଡ଼ା ମଡେଲ ଡିଗ୍ରୀ କଲେଜ ଖଡ଼ିଆଳ କୁ ଯାତାୟାତ ପାଇଁ କେନାଲ୍ ସଡ଼କ ଉପରେ ନିର୍ଭରଶୀଳ, କେନାଲ୍ ସଡ଼କ ଉପରେ ବ୍ୟାପକ ଜାମ,*
ନୂଆପଡା(ମିଖାଏଲ ନନ୍ଦ)
ତ:୨୩.୦୪.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ମଧ୍ୟ ରେ ନୂଆପଡ଼ା ମଡେଲ ଡିଗ୍ରୀ କଲେଜ ରହିଥିବା ବେହେ ଏହି କାଜୋଲ କୁ ଯାତାୟାତ ପାଇଁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଦ୍ୟାର୍ଥୀମାନେ କେନାଲ୍ ସଡ଼କ ଉପରେ ନିର୍ଭରଶୀଳ। ଏହି କେନାଲ୍ ସଦକାଧୁ ବିପଦ ସଙ୍କୁଳ ଅବସ୍ଥାରେ ରେ ଯାତାୟାତ କରୁଛନ୍ତି। ମଡେଲ ଡିଗ୍ରୀ କଲେଜ ଛାତ୍ର ଛାତ୍ରୀ ଯାତାୟାତ କରୁଥିବା ବେଳେ ରାଜ୍ୟ ପଣ୍ୟାଗାର କୁ ଚାଉଳ ଯୋଗାଣ ପାଇଁ ଭାରି ଯାନ ଯାତାୟାତ କରୁଅଛି। ସେହିଆରି ସରକାରୀ ମୋ ବାସ ସେବା ଛତ୍ର ଛାତ୍ରୀ ଙ୍କୁ ଆଣି କଲେଜ ସମ୍ମୁଖରେ ଚାଡ଼ି ଥାଏ। ଘର ନିର୍ମାଣ ସାମଗ୍ରୀ ନେଇ ଭାରୀଯାନ ମଧ୍ୟ ଯାତାୟାତ କରୁଛନ୍ତି। କେନାଲ୍ ତଳକୁ ୧୨:ରୁ ୧୪ ଫୁଟ ଗଭୀର ରହିଥିବା ବେଳେ ସାମାନ୍ୟ ଭାରସାମ୍ୟ ହରାଇଲେ ବିପଦ ଦୁର୍ଘଟଣା କୁ ଏଡ଼ାଇ ଦିଆ ଯାଇନପାରି। ଛାତ୍ରୀ ଛାତ୍ରୀମାନେ ଯାତାୟାତ ନେଇ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି। କେନାଲ୍ ସଡ଼କ କୁ ମଧ୍ୟ ବାଇପାସ୍ ସଡ଼କ ମାନ୍ୟତା ଦେଇ ଦୈର୍ଘ୍ୟ ଓ ପ୍ରସ୍ଥ ସଡ଼କ ନିର୍ମାଣ କଲେ ଅନେକ ସମସ୍ୟା ଦୂରୀଭୂତ ହେବ। ଆଜି ଭାରି ଯାନ ମାନେ ମୁହାଁ ମୁହିଁ ହୋଇଥିବା ବେଳେ ଅପର ପକ୍ଷ ରେ ମୋ ବାସ ଗାଡ଼ି ମଧ୍ୟ ଯାଇଥିଲା। ଫଳରେ ଅନେକ ସମୟ ଜାମ ହେବା ସହ ଛତ୍ର ଛାତ୍ରୀ ମାନେ ନାହିଁ ନ ଥିବା ସମସ୍ୟା ସମ୍ମୁଖୀନ ।
