*ସମସେର ପଦର ଗାଁରେ ପାନୀୟ ଜଳ ସଙ୍କଟ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୨୩/୦୪
ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମ ପଞ୍ଚାୟତର ସମସେର ପଦର ବା ଭିମ ଭିମାଖୋଲ ଗାଁ। ଗାଁରେ ପ୍ରାୟ ଦୁଇ ଶହ ପରିବାରର ପନ୍ଦର ଶହ ଲୋକ ରହନ୍ତି। ଗାଁ ରେ ଏବେ ପିଇବା ପାଣିର ଘୋର ସମସ୍ୟା। ଗ୍ରାମକୁ ଦେଢ଼ ଦଢ଼ ବର୍ଷ ତଳେ ବସୁଧା ଯୋଜନାରେ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କର ଯାଇଥିଲା। କିନ୍ତୁ ସବୁଦିନ ପାଣି ମିଳୁ ନଥୁଲା। ଏବେ ଛଅ ମାସ ହେଲା ପାଇପରୁ ପାଣି ଆସିବା ବନ୍ଦ ହୋଇ ଯାଇଛି। ଫଳରେ ଲୋକେ ପାଣି ମୁନ୍ଦିଏ ପାଇଁ ନାହିଁ ନଥୁବାର ଦୁଃଖ ଭୋଗ କରୁଛନ୍ତି। ଗାଁ ରେ ତିନି ଟି ନଳକୂପ ଥିବା ବେଳେ ଗୋଟିଏ ନଳକୂପରୁ ପାଣି ବାହାରୁଛି ତାହା ମଧ୍ୟ ଫ୍ଲୋରାଇଡ ଯୁକ୍ତ। ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇବାକୁ ଅକ୍ଷମ। ଏବେ ଖରା ମାସ ସ ହେବାରୁ ଭୂମିତଳ ପାଣି ଶୁଖ୍ ଯିବାରୁ ଠିକ୍ ହିସାବ ରେ ପାଣି ଆସୁନି । ମହିଳା ମାନେ ଦିନ ସାରା ଖରାରେ ପାନି ଗୋଟିଏ ବାଲଟି ପାଇଁ ଅ ଅପେକ୍ଷା କ କରି ରହୁଛନ୍ତି। ଏନେଇ ବାରମ୍ବାର ପ୍ର ଶାସନି କ ଅଧ୍କାରୀଙ୍କୁ ଜଣାଇଲେ ଲ ମଧ୍ୟ କେହି ଶୁଣୁ ନଥୁବା ଅଭିଯୋଗ ହେଉଛି। ଶୀଘ୍ର ପାନୀୟ ଜଳର ଅଭାବ ଦୂର ନକଲେ ବ୍ଲକ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏନେଇ ଖଡ଼ିଆଳ ବିଡ଼ିଓ ଙ୍କୁ ପଚାରିବାରୁ ବିଭାଗୀୟ ଯନ୍ତ୍ରୀଙ୍କୁ ଗାଁକୁ ପଠାଇବେ ଓ ଶୀଘ୍ର ପାନୀୟ ଜଳର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।
