
ବିଦ୍ୟାଭାରତୀ,ଶିକ୍ଷାବିକାଶ ସମିତି ଆନୁକୂଲ୍ୟରେ ୩୬ତମ ପ୍ରାଦେଶିକ କ୍ରୀଡା ସମାରୋହର ଉଦଘାଟିତ
କଳାହାଣ୍ଡି…. ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ପଡିଆରେ ବିଦ୍ୟାଭାରତୀ,ଶିକ୍ଷାବିକାଶ ସମିତି ଆନୁକୂଲ୍ୟରେ ୩୬ତମ ପ୍ରାଦେଶିକ କ୍ରୀଡା ସମାରୋହର ଉଦଘାଟିତ ହେଇଯାଇଛି ଏହି ସମାହାରରେ ପ୍ରାନ୍ତ ଖେଳକୁଦ ସଂଯୋଜକ ସଞ୍ଜୟ କୁମାର ମିଶ୍ର ଏବଂ ପ୍ରାନ୍ତ ଶାରୀରିକ ପ୍ରମୁଖ ଦିଲ୍ଲୀପ କୁମାର ସାଥୁଆଙ୍କ ତତ୍ୱାବଧାନ ରେ କ୍ରୀଡାର ଉଦ୍ଘାଟନୀ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲ। କ୍ରୀଡା ଉଦଘାଟନ ହୋଇଥିଲା ମୁଖ୍ୟ ଅତିଥି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର,ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଡକ୍ଟର ସରୋଜ କୁମାର ହାତୀ,ସମ୍ପାଦକ ଶିକ୍ଷାବିକାଶ ସମିତି, ଓଡିଶା,ଦକ୍ଷିଣ ସମ୍ଭାଗ ସଭାପତି ରୂପସିଂ ରାଉତ ସୁକାନ୍ତ କୁମାର ବେହେରା, ସମ୍ଭାଗ ସଂଯୋଜକ, ଦକ୍ଷିଣ ସମ୍ଭାଗ, ନକୁଳ ନାୟକ, କୋଷାଧ୍ୟକ ଉପସ୍ଥିତ ଥିଲେ।ଆମ ଜିଲ୍ଲାର ୯ଟି ସମ୍ଭାଗ ର ଶିଶୁ ପ୍ରତିଭାଗୀ ଯୋଗ ଦେଇଛନ୍ତି। ସମାରୋହ ରେ ବ୍ରଜବିହାର ଶିଶୁଙ୍କ ଦ୍ୱାରା ବ୍ୟୟାମ ଓ ଶାରୀରିକ ପ୍ରଦର୍ଶନ ହୋଇଥିଲା।କ୍ରୀଡା ଉଦଘାଟନ ରେ ପ୍ରତ୍ୟେକ ସମ୍ଭାଗର ଜଣେ ଜଣେ ଶିଶୁଭାଇ ଭଉଣୀଙ୍କ ଦ୍ୱାରା ୬୦୦ ଏବଂ ୮୦୦ ମିଟର ଦୌଡ ପ୍ରତିଯୋଗିତା ହୋଇଛି। ବ୍ରଜବିହାରପ୍ରଧାନାଚାର୍ଯ୍ୟ ମନୋଜ କୁମାର ମୁଣ୍ଡ ଏବଂ ଖେଳ ଶିକ୍ଷକ ସୁରେଶ ସାହୁତଥା ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗ ରେ ଉଦଘାଟନକାର୍ଯ୍ୟକ୍ରମ ସମାପ୍ତ ହୋଇଛି