ଶ୍ରୀ ସୁକୁମାର ଦୁଖୁଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ – ରୁ. 2.33 ଲକ୍ଷ ଟଙ୍କା ଜବତ
ଆଜି ତାରିଖ 12.04.2026 ରେ ବିଶ୍ୱସନୀୟ ସୂଚନା ଆଧାରରେ, ଗୁଡାରି ରେଞ୍ଜ (ଜିଲ୍ଲା–ରାୟଗଡ଼ା)ର ଫରେଷ୍ଟ ରେଞ୍ଜ ଅଫିସର ଶ୍ରୀ ସୁକୁମାର ଦୁଖୁଙ୍କୁ ଓଡ଼ିଶା ଭିଜିଲାନ୍ସ ଟିମ୍ ଦ୍ୱାରା ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ ଅଟକ କରାଯାଇଛି।
ଶ୍ରୀ ଦୁଖୁ ଗୁଡାରିରୁ ନବରଙ୍ଗପୁରର ସେନାପତି ଷ୍ଟ୍ରିଟ୍ ରେ ଥିବା ନିଜ ବାସଭବନକୁ ତାଙ୍କ ଅଫିସ ଯାନ (ବୋଲେରୋ)ରେ ଯାଉଥିବା ବେଳେ ତାଙ୍କୁ ଅଟକ କରାଯାଇଥିଲା। ତାଙ୍କ ନିକଟରୁ ରୁ. 2.33 ଲକ୍ଷ ଟଙ୍କା ଅବୈଧ ଭାବେ ଅର୍ଜିତ ଟଙ୍କା ଥିବା ସନ୍ଦେହରେ ଜବତ କରାଯାଇଛି।
ଶ୍ରୀ ଦୁଖୁ ଏହି ଟଙ୍କାର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ବ୍ୟାଖ୍ୟା ଦେଇପାରିନଥିବାରୁ, ସମ୍ପୂର୍ଣ୍ଣ ରୁ. 2.33 ଲକ୍ଷ ଟଙ୍କା ସହିତ ବୋଲେରୋ ଗାଡ଼ି (ରେଜି. ନଂ– OD18K-7041)କୁ ମଧ୍ୟ ଜବତ କରାଯାଇଛି।
ଏହା ପରେ, ଶ୍ରୀ ଦୁଖୁଙ୍କ ସହ ଜଡିତ 3ଟି ସ୍ଥାନରେ ଏକା ସମୟରେ ତଲାଶି ଆରମ୍ଭ କରାଯାଇଛି, ଯାହା ଡିଏ (Disproportionate Assets) ମାମଲା ଦୃଷ୍ଟିରୁ କରାଯାଉଛି।
ତଲାଶି କାର୍ଯ୍ୟ ଚାଲିଛି।
ଅଧିକ ତଥ୍ୟ ପରେ ଜଣାଯିବ।(ରମେଶ ଅଗ୍ରୱାଲ.:ନିପ୍ର)
