ମାମଲା ପ୍ରତ୍ୟାହାର ପାଇଁ ମୃତ୍ୟୁ ଧମକ
ମୁଖ୍ୟ ବିଚାରପତି ଙ୍କୁ ସ୍ମାରକପତ୍ର
ଚିକିଟି, ୧୦/୪(): ଗତ ୨୦୧୭ ମସିହା ରେ ଜରଡ଼ା ଥାନା ଖରିଆଗୁଡା ଗ୍ରାମର କୁରେସୁ ଗୌଡ଼ ଙ୍କୁ ସେହି ଗ୍ରାମର କେଶବ କୁଣ୍ଡ ଓରଫ ଠେସା କାଳିଆ ସମେତ କିଛି ଯୁବକ ଦିଗପହଣ୍ଡି ସୁଇଟ ଲାଇଟ ଢ଼ାବା ରେ ହତ୍ୟା କରିବା ଅଭିଯୋଗ ହୋଇଥିଲା l ମୃତକ କୁରେସୁ ଙ୍କ ସ୍ତ୍ରୀ ଲକ୍ଷ୍ମୀ ଗୌଡ଼ କେଶ ନ ୧୮୬, ୧୮୭, ୧୮୮/୨୫ ପ୍ରକାରେ ମାନ୍ୟବର ଉଚ୍ଚ ନ୍ୟାୟlଳୟ ରେ କ୍ରିମିନାଲ ରିଭିଜନ ମାମଲା ରୁଜୁ କରିଥିଲେ l ଅଭିଯୁକ୍ତ ମାନେ ଜାମିନ ରେ ଆସି ମାମଲା ପ୍ରତ୍ୟାହାର କରିବା ପାଇଁ ମୃତ୍ୟୁ ଧମକ ଦେଇଥିବା ନେଇ ମାନ୍ୟବର ଉଚ୍ଚ ନ୍ୟାୟlଳୟ ମୁଖ୍ୟ ବିଚାରପତି ନିକଟ ଙ୍କୁ ଲକ୍ଷ୍ମୀ ଗୌଡ଼ ଡାକ ଯୋଗେ ସ୍ମାରକପତ୍ର ପଠାଇଛନ୍ତି l ସ୍ମାରକପତ୍ର ରେ ଉଲ୍ଲେଖ ରହିଛି କି ଖରିଆଗୁଡା ଗ୍ରାମର କେଶବ କୁଣ୍ଡ, ବ୍ରଜସୁନ୍ଦର କୁଣ୍ଡ, ଉପେନ୍ଦ୍ର ପ୍ରଧାନ ସମେତ ଅନ୍ୟ ୨ ରୁ ୩ ଅଜଣା ବ୍ୟକ୍ତି ଗତ ଏପ୍ରିଲ ୬ ତାରିଖ ବିଳମ୍ବିତ ରାତି ରେ ଲକ୍ଷ୍ମୀ ଗୌଡ଼ ଙ୍କ ଘର କବାଟ ରେ ଇଟା ଏବଂ ବିୟର ବୋତଲ ଭାଙ୍ଗିବା ସହ ବିଭିନ୍ନ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରି ହlଇକୋର୍ଟ ମାମଲା କୁ ପ୍ରତ୍ୟାହାର ପାଇଁ କହିଛନ୍ତି l ମାମଲା ପ୍ରତ୍ୟାହାର ନ କଲେ ସ୍ଵାମୀ କୁରେସୁ ଗୌଡ଼ ଙ୍କୁ ହତ୍ୟା କରିଲା ଭଳି ତୁମ ମା, ପୁଅ ଙ୍କୁ ମର୍ଡର କରିବା ଧମକ ଦିଆଯାଇଥିବା ସ୍ମାରକ ପତ୍ର ରେ ଉଲ୍ଲେଖ ରହିଛି l ସ୍ମାରକପତ୍ର ର ନକଲ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ, ଚିକିଟି ଏସ ଡି ପି ଓ, ଜରଡ଼ା ଆଇ ଆଇ ସି ଙ୍କୁ ଦିଆଯାଇଛି l
