
ବିଧାୟିକା ସଞଲୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ କୃଷୀ ର ବିକାଶ ପାଇଁ ଗ୍ରାମ ବୈଠକ
ଓଡ଼ିଶାରେ ନୁତନଭାରେ ଗଠନ ହେଇଥିବା ଡବଲ ଇଞ୍ଜିନ ସରକାରଙ୍କ ସବକା ସାତ ସବକା ବିକାଶ ଦ୍ୱାହି ଦେଇ ବିଧାୟିକା ସଞଲୀ ମୁର୍ମୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀର ଚାଷୀ ଭାଇମାନଙ୍କ ମୁହଁ ରେ ହସ ଫୁଟାଇବା ତାଙ୍କର ମୂଳ ଲକ୍ଷ୍ୟ । ସେ କହିଛନ୍ତି ମୋ ଚାଷୀ ଭାଇ ମାନେ ହସିଲେ ମୋ ନିର୍ବାଚନ ମଣ୍ଡଳୀ ହସି ଉଠିବ ତେଣୁ ସେ ଆଜି କୁଳିଅଣା ବ୍ଲକ୍ ର ଦୁଦୁ କୁଣ୍ଡି ଗ୍ରାମରେ ଚାଷୀ ଭାଇମାନଙ୍କ ସହ ଏକ ମିଳିତ ଗ୍ରାମ ବୈଠକରେ ଜଗଦେଇ କୃଷୀ ର ବିକାଶରେ ଚାଷୀ ଭାଇମାନଙ୍କ ମନୋବଳକୁ ସୁଦୃଢ କରିବା ସହ ସେମାନେ କିପରି ସରକାରି ସାହାଯ୍ୟ ପାଇ କିପରି ସ୍ବାବଲମ୍ବୀ ହୋଇ କିପରି ଅଧିକ ଅର୍ଥ ଉପାର୍ଜନ କରିପାରି ପରିବାର ପ୍ରତିପୋଷଣ କରିପାରିବା ଦିଗରେ ଚାଷୀ ଭାଇମାନଙ୍କ ସହ ଆଲୋଚନାର କଲେ ଏବଂ ତାଙ୍କ ସରକାର ଚାଷୀମାନଙ୍କ ପାଇଁ ବିଶେଷ ଧ୍ୟାନ ଦେଉଥିବାର ଜଣାଇଥିଲେ।
ବାଙ୍ଗିରିପୋଷି, କୁମ୍ଭାରମୁଣ୍ଡା ରୁ ପ୍ରତିନିଧି ସତ୍ୟବ୍ରତ ସେଠୀ ଭଞ୍ଜଦୂତ ରିପୋର୍ଟର।