
ସୋର ରେ ପାକିସ୍ତାନ ନାଗରିକ ଚିହ୍ନଟ।
ପହଲି ଗ୍ରାମ ଘଟଣା ପରେ କେନ୍ଦ୍ର ସରକାର ଦିନକୁ ଦିନ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଥିବା ବେଳେ,୨୪ ତାରିଖ ଦିନ କେନ୍ଦ୍ର ସରକାର ଭାରତରେ ଭିସା ରେ ରହୁଥିବା ସମସ୍ତ ନାଗରିକଙ୍କ ପାକିସ୍ତାନ ଫେରିଯିବାକୁ ଆହ୍ୱାନ ଦିଆଯାଇଥିଲା । ସେଇ ପରିପ୍ରେକ୍ଷୀରେ ଦୀର୍ଘ ୩୦ ବର୍ଷ ଧରି ସୋର ରେ ରହୁଥିବା ଜଣେ ପାକିସ୍ତାନୀ ଙ୍କୁ ଚିହ୍ନଟ କରାଯାଇଛି । ତାଙ୍କୁ ଚିହ୍ନଟ ପରେ ପାକିସ୍ତାନ ଫେରାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ନୋଟିସ କରାଯାଇଛି। ତାଙ୍କ ନାମ ରେଜିୟା ସୁଲତାନ(୭୦) ହୋଇଥିବା ବେଳେ ସେ ସୋର ପଠାଣ ମହଲା ରେ ଦୀର୍ଘ ୨୫ ବର୍ଷ ରୁ ଉର୍ଦ୍ଧ ସମୟ ଧରି ସୋରରେ ବସବାସ କରୁଛନ୍ତି। ତାଙ୍କ ଝିଅ ଅଭିଯୋଗ କରିଛନ୍ତି କି ସରକାର ଏତେ ଦିନ ଚୁପ୍ କଣ ପାଇଁ ଥିଲେ, ଯଦି ଥିଲେ ଆଜି କଣ ଚିହିଁକି ଉଠୁଛନ୍ତି। ଯଦି ସେ ପାକିସ୍ତାନ ଯାଆନ୍ତି ଏହି ବାଧ୍ୟକ୍ୟ ସମୟରେ ରହିବେ କେଉଁଠି ବୋଲି ତାଙ୍କ ଝିଅ ପ୍ରଶ୍ନ କରିଛନ୍ତି ଏବଂ ଆହୁରି ମଧ୍ୟ କହିଛନ୍ତି ସରକାର ପାଖରେ କିଛି ତଥ୍ୟ ଅଛିକି ସେ ପାକିସ୍ତାନ ର ନାଗରିକ ବୋଲି। ଦେଖିବାକୁ ବାକି ରହିଲା ସରକାର କଣ ପଦକ୍ଷେପ ନେଉଛନ୍ତି?