
” ପ୍ରଦୀପ ମେମୋରିଆଲ ଟିଲୋ କପ୍ “
“ପ୍ରଦୀପଜ୍ୟୋତି” ସମ୍ମାନ ରେ ସମ୍ମାନିତ l
ଗତକାଲି ଭଦ୍ରକ ଜିଲ୍ଲା, ବନ୍ତ ବ୍ଲକ ଟିଲୋ ଠାରେ ଇଂ ସୁଧାଂଶୁ ଶେଖର ନାୟକଙ୍କ ତତ୍ୱାବଧାନରେ ପ୍ରଦୀପ ମେମୋରିଆଲ ଦିବାରାତ୍ର ଭଲିବଲ “ଟିଲୋ କପ୍” ଉଦଯାପିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ସଂମ୍ମାନିତ ଅଥିତି ଭାବରେ ଭଣ୍ଡାରିପୋଖରୀ ବିଜେପି ନେତା ଡ଼ା ସୁଧାଂଶୁ ନାୟକ, ଗୀତା ଇଞ୍ଜିନିୟରିଂ କଲେଜର ପ୍ରିନସିପାଲ ଡ଼ା ମନ୍ମଥ ରାଉଳ, ହୋମିଓପାଥୀ ଡାକ୍ତର ମୁରଲୀଧର ସୂତାର ଓ ଉତ୍କଳ ବିଶ୍ୱାଳ ଯୋଗ ଦେଇଥିଲେ l ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ପ୍ରତିଭା ମାନଙ୍କୁ ଆମ ଟୁର୍ନାମେଣ୍ଟ ତରଫରୁ ସଂମ୍ମାନିତ କରାଯାଇଥିଲା l ଉତ୍ତମ ଭଲି ଖେଳାଳୀ ହିସାବରେ ସେକ ମମିମ ଓ ସେକ ସୁଲେମାନ,ରାଜନୀତି କ୍ଷେତ୍ରରେ ପୂର୍ବତନ ସରପଞ୍ଚ ତଥା ଟିଲୋ ସମବାୟସମିତିର ସଭାପତି ବିଜୟ ନାୟକ, ପାଣିପଞ୍ଚାୟତର ସଭାପତି ସୁଧୀର ନାୟକ, ପୂର୍ବତନ ଜିଲ୍ଲା ଜେନେରାଲ ସେକ୍ରେଟାରୀ ଇଂ ସୁଧାଂଶୁ ନାୟକ, ଉତ୍ତମ ଛାତ୍ରନେତା ହିସାବରେ ପ୍ରଣବ ଲେଙ୍କା,ଯୁବ ସମାଜସେବୀ ହିସାବରେ କାନ୍ହା ନାୟକ,ସିଲୁ ନାୟକ ବଳରାମ ଦାସ, ଉମେଶ ସେଠି ଓ କବିପ୍ରସାଦ ଧଳ, ଯୁବ ଉଦ୍ୟୋଗୀ ହିସାବରେ ଖଗେଶ୍ୱର ବରାଳ ଓ ସୁଧାଂଶୁ ବେହେରା , ଭାଷ୍ୟକାର ଭାବରେ ତପନ ମଜୁମଦାର ଓ ଆଝାରୁଦିନଙ୍କୁ “ପ୍ରଦୀପଜ୍ୟୋତି ସମ୍ମାନ -2025” ସମ୍ମାନରେ ସମ୍ମାନିତ କରି ଉତ୍ତରୀୟ ସହ ପୁଷ୍ପଗୁଛ ପ୍ରଦାନ କରିଥିଲେ l ଭଦ୍ରକ ବନ୍ତରୁ ଜଗନ୍ନାଥ ଯେନାଙ୍କ ରିପୋର୍ଟ ଭଞ୍ଜଦୃତ ନ୍ୟୁଜ୍