ପାଟଣା ହାତରୁ ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ଖସିଲା
ପାଟଣା-ଦୀର୍ଘ ଦିନ ଧରି ପାଟଣା ବିଧାୟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେଇ ଆସୁଥିବା ବେଳେ ଏଥର ଏହି ପଦ ପାଟଣା ହାତରୁ ଖାସି ଯାଇଛି।ଗତକାଲି ରାଜ୍ୟ ସରକାର ପ୍ରକାଶ କରିଥିବା ଯୋଜନା ବୋର୍ଡ ତାଲିକାରେ ତେଲକୋଇ ବିଧାୟକ ଡକ୍ଟର ଫକୀର ମୋହନ ନାଏକ ନୂତନ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି।ଜିଲ୍ଲାର ଲୋକ ପ୍ରତିନିଧି ଭାବେ ତତ୍କାଳୀନ ବିଜୁ ଜନତାଦଳ ନେତା ପାଟଣା ବିଧାୟକ ହୃଷିକେଶ ନାୟକ 2017-18 ରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ପାଇଥିଲେ।ପରେ ପରେ ପାଟଣା ରୁ ନିର୍ବାଚିତ ବିଜେଡି ବିଧାୟକ ଜଗନ୍ନାଥ ନାଏକ ଙ୍କୁ ମଧ୍ୟ ବିଜୁ ଜନତା ଦଳ ଯୋଜନା ବୋର୍ଡ ଅଧ୍ୟକ୍ଷ କରିଥିଲା।ସ୍ୱତନ୍ତ୍ର ପାଟଣା ନିର୍ବାଚନ ମଣ୍ଡଳୀ ଗଠନ ହେବା ପରେ କୌଣସି ବିଧାୟକ ଙ୍କୁ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ନିଆ ଯାଇ ନଥିବାରୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପାଟଣା ନିର୍ବାଚନ ମଣ୍ଡଳୀ ବାସୀଙ୍କ ପାଇଁ ଏକ ପ୍ରକାର ଆଶ୍ୱାସନା ଥିଲା।ରାଜ୍ୟରେ ବିଜେପି ସରକାର ଗଠନ ପରେ ପାଟଣା ନିର୍ବାଚନ ମଣ୍ଡଳୀ କୁ ବାଦ ଦେଇ ପ୍ରଥମ କରି ତେଲକୋଇ ବିଧାୟକ ଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି।ଏହି ନିଯୁକ୍ତି ପାଟଣା ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚାର ବିଷୟ ହୋଇଛି।
