ଗୋ ମାଫିଆ ଆତଙ୍କରାଜ, ଜଣେ ଗୋସେବକ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ଦିନକୁ ଦିନ ରାଜ୍ୟରେ ଗୋଚାଲାଣ ବଢୁଥିବା ବେଳେ ସରକାର ନିଦାବିଷ୍ଣୁ ସାଜିଛନ୍ତି। ବିଭିନ୍ନ ସମୟରେ ଗୋମାଫିଆ ଓ ଗୋରକ୍ଷକ ମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଅନେକ ଗୋରକ୍ଷକ ମାନଙ୍କ ଜୀବନ ଅକାଳରେ ଝଡି ଯାଉଛି। ଠିକ୍ ସେହିପରି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ରୁ ଆସିଛି ଏକ ଲୋମଟାଙ୍କୁରା ଘଟଣା। ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଆଡୁ କଲିକତା ଅଭିମୁଖେ ଯାଉଥିବା ଡବ୍ଲୁ ୨୯ବି ୮୨୧୫ ନମ୍ବର ବିଶିଷ୍ଟ ଏକ ଆଇଚର ଗୋରୁ ବୋଝେଇ ଗାଡ଼ି ଯାଉଥିବା ବେଳେ କିଛି ଗୋରକ୍ଷକ ଉକ୍ତ ଗାଡିରୁ ଗୋମାତା ଙ୍କୁ ଉଦ୍ଧାର କରିବା ପାଇଁ ଗାଡିର ପିଛା କରିଥିଲେ। ଏହି ସମୟରେ ପୋଲିସ ଚେକିଙ୍ଗ ର ଖବର ପାଇ ଉକ୍ତ ଗୋରୁ ଭର୍ତ୍ତି ଗାଡ଼ିଟି ସେରଗଡ ଟୋଲ ଗେଟ୍ ରୁ ୟୂଟର୍ଣ୍ଣ ମାରି ପୁଣିଥରେ ଭଦ୍ରକ ଅଭିମୁଖେ ଦ୍ରୁତ ଗତିରେ ପଲେଇ ଆସୁଥିବା ସମୟରେ ଗୋ ରକ୍ଷକ ଖନ୍ତାପଡା ଥାନା କସବା ଜୟପୁର ଅଳସୁଆ ଗ୍ରାମ ର ଲମ୍ବୋଦର ମହାପାତ୍ର ଏବଂ କୃପାସିନ୍ଧୁ ବେହେରା ଙ୍କୁ ପଣାପଣା ନିକଟରେ ଗୋ ମାଫିଆଙ୍କ ଏକ ଏସ୍ କଟ୍ ଗାଡି ମଡ଼ାଇ ଦେଇଥିଲା, ପୁନଶ୍ଚ ଉକ୍ତ ଗାଡ଼ିଟି ପଛକୁ ଫେରି କୃପାସିନ୍ଧୁ ବେହେରା ଙ୍କ ଉପରେ ଅତି ଅମାନୁଷିକ ଓ ବର୍ବରତା ରୂପେ ଗାଡି ଚଢ଼ାଇ ତାଙ୍କ ମୁଣ୍ଡକୁ ଧାରୁଆ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ। ପଛରେ ଆସୁଥିବା ଗୋରକ୍ଷକ ମାନେ ପହଞ୍ଚି ଯିବାରୁ ଗୋ ମାଫିଆ ଙ୍କ ଏସ୍ କଟ୍ ଗାଡ଼ିଟି ଦ୍ରୁତଗତିରେ ଖସି ପଲେଇଯିବାର ସକ୍ଷମ ହୋଇଥିଲେ। ଅନ୍ୟ ଗୋସେଵକ ମାନେ କୃପାସିନ୍ଧୁ ଓ ଲମ୍ବୋଦର ଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ରେ ଭର୍ତ୍ତି କରିଥିବା ବେଳେ ଡାକ୍ତର କୃପାସିନ୍ଧୁ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଏବଂ ଲମ୍ବୋଦର ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ପରେ ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସମୟରେ ଗୋରୁ ବୋଝେଇ ଆଇଚର ଗାଡିଟି ବାରିକପୁର ନିକଟରେ ଅଟକି ଯାଇ ଡ୍ରାଇଭର ଖସି ପଳାଇଯାଇଥିଲା । ପରେ ପୋଲିସ ଉକ୍ତ ଗାଡିରୁ ୬ ଟି କଅଁଳା ବାଛୁରୀ ସମେତ ୪୫ ଟି ଜୀବନ୍ତ ଗୋମାତା ଏବଂ ଦୁଇଟି ମୃତ୍ୟୁ ଗୋମାତା ମୋଟ ୪୭ ଗୋରୁ ଙ୍କୁ ଉଦ୍ଧାର କରି ବାମପଦା ରେ ଥିବା ମା ଭାରତୀ ଗୋଶାଳା ରେ ଛଡିଥିଲା। ଏ ବାବଦରେ ଖନ୍ତାପଡା ଥାନା ଦାୟିତ୍ୱରେ ଥିବା ଏସ୍ ଆଇ ବ୍ରିକମ କୁମାର ମହାପାତ୍ର ଙ୍କୁ ପଚାରିବାରୁ ଦୁର୍ଘଟଣା ବାବଦରେ ପଚାରିବାରୁ ଦୁର୍ଘଟଣା ସ୍ଥଳରେ କୈଣସି ପ୍ରମାଣ ମିଳିନାହିଁ କିନ୍ତୁ ତଦନ୍ତ ଚାଲିଛି। ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଏନେଇ ଗୋସେବକ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଏ ବାବଦରେ ପ୍ରଶାସନ ଯଦି କୃପାସିନ୍ଧୁ ଙ୍କ ହତ୍ୟା କାରୀ କୁ ଗିରଫ ନକରେ ଆଗାମୀ ଦିନରେ ସରକାର ଙ୍କ ବିରୁଦ୍ଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ଗୋ ସେବକ ମାନେ କୃପାସିନ୍ଧୁ ଙ୍କ ମରଶରୀର କୁ ଏକ ବାଇକ୍ ଶୋଭାଯାତ୍ରାରେ ନେଇ ଖନ୍ତାପଡା ଥାନା ଆଗରେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଧାରଣା ଦେଇଥିଲେ।
