ନିଜ ଝିଅକୁ ଗର୍ଭବତୀ କରିଥିବା ଅଭିଯୋଗରେ ବାପ ଗିରଫ !
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ବମ୍ପା ଗ୍ରାମରୁ ଏକ ଲଜ୍ଜାଜନକ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ ଜଣେ ବାପ ନିଜ ଜନ୍ମଦିତା ଝିଅଙ୍କ ସହ ଅସଦାଚରଣ କରି ତାଙ୍କୁ ଗର୍ଭବତୀ କରିଥିବା ଘଟଣା ପ୍ରସୂତି ସମୟରେ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ବମ୍ପା ଗ୍ରାମର ସୁଷମା ସେଠୀ ଗତକାଲି ତାଙ୍କ ଝିଅଙ୍କୁ ପ୍ରସୂତି ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପ୍ରସୂତି ପରେ ମେଡିକାଲ୍ କର୍ତ୍ତୃପକ୍ଷ ଶିଶୁର ପିତୃ ପରିଚୟ ସମ୍ପର୍କରେ ପଚାରିବାରୁ ମାଆ ସୁଷମା ସେଠୀ ଡାକ୍ତରଙ୍କ ଆଗରେ ତାଙ୍କ ସ୍ୱାମୀ ରାହାସ ସେଠୀ ଏଭଳି କୁକର୍ମ କରିଥିବା କଥା ପ୍ରକାଶ କରିଥିଲେ।
ଘଟଣାର ଗୁରୁତ୍ୱ ବୁଝି ଡାକ୍ତରମାନେ ସତ୍ୱରେ ପୋଲିସକୁ ସୂଚନା ଦେଇଥିଲେ। ପରେ ଏହା ରାସୋଳ ଥାନାକୁ ଅବଗତ କରାଯାଇଥିଲା। ରାସୋଳ ଥାନା ଅଧିକାରୀ ବିଶ୍ୱରଂଜନ ମହାନ୍ତି ସଦଳବଳେ ମେଡିକାଲକୁ ପହଞ୍ଚି ପ୍ରସୂତିଙ୍କ ସ୍ଥିତି ବିଷୟରେ ଖୋଜଖବର ନେଇଥିଲେ ଏବଂ ମାମଲା ନଂ ୮୫/୨୬ ରେ ଏକ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।ତଦନ୍ତ ପରେ ଅଭିଯୁକ୍ତ ବାପା ରାହାସ ସେଠୀ (୫୯) ତାଙ୍କ ଝିଅଙ୍କ ସହ ଏଭଳି ଅପରାଧ କରିଥିବା ପ୍ରମାଣିତ ହେବା ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆକ୍ରୋଶ ସୃଷ୍ଟି କରିଛି।
