ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ କାର୍ଯ୍ୟକ୍ରମ;ଛାତ୍ର ସଂସଦ ନିର୍ବାଚନ ନେଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମତାମତ ଉପସ୍ଥାପନ
ବେଲଗୁଣ୍ଠା:୧୪/୧୦,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଉପଲକ୍ଷେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ ବିଭିନ୍ନ ତଥ୍ୟ ଓ ନିୟମାବଳୀ ଉପରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ ରେବତୀ ଶବର ଯୋଗଦେଇ ନିର୍ବାଚନ ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ନିର୍ବାଚନ ପ୍ରକ୍ରିୟାରେ ଶୃଙ୍ଖଳା, ନିୟମ ପାଳନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। ଏଥିସହ ପ୍ରତିଦ୍ୱନ୍ଦ୍ୱୀ ଛାତ୍ରଛାତ୍ରୀମାନେ ନିଜ ନିଜର ମତାମତ ଓ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ପ୍ରଧାନ, ଡ. ପ୍ରଫୁଲ୍ଲ କୁମାର ଜେନା, ଅଶୋକ କୁମାର ସ୍ୱାଇଁ, ଅଜୟ କୁମାର ବିଶ୍ୱାଳ, ସପନ କୁମାର ପ୍ରଧାନ, ପିଙ୍କି ପାତ୍ର, ଲକ୍ଷ୍ମୀ ଗୌଡ଼, ବିଶ୍ୱରଞ୍ଜନ ସ୍ୱାଇଁ, ରଞ୍ଜିତ କୁମାର ସାମଲଙ୍କ ସମେତ ମହାବିଦ୍ୟାଳୟର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।ଅଧ୍ୟାପକ ସନ୍ତୋଷ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
