ନିମଖଣ୍ଡି ତୋଟାମଠ ରେ ଦ୍ୱିତୀୟ ଶ୍ରୀରାମ ନବମୀ ଉତ୍ସବ ପାଳିତ।
ବ୍ରହ୍ମପୁର -ବ୍ରହ୍ମପୁର ନିକଟସ୍ଥ ନିମଖଣ୍ଡି ତୋଟାମଠ ମନ୍ଦିରରେଦ୍ୱିତୀୟ ଶ୍ରୀରାମ ନବମୀ ଉତ୍ସବ ମହାଡମ୍ବରରେ ପାଳିତ ହୋଇଯାଇଛି। ମନ୍ଦିରର ପୃଷ୍ଟପୋଷକ ଲିଙ୍ଗରାଜ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ମମତା ସାହୁ ପୂଜା କାର୍ଯ୍ୟକ୍ରମ ରେ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ।ଏହି ଅଞ୍ଚଳ ର ବହୁ ଭକ୍ତ ଏହି ମନ୍ଦିର ପରିଚାଳନାରେ ସହଯୋଗ କରୁଛନ୍ତି କିନ୍ତୁ ମନ୍ଦିରର ଅଧିକ ଉନ୍ନତି ସକାଶେ ସରକାରଙ୍କ ଅନୁଦାନ ରହିଲେ ମନ୍ଦିରର ଉତ୍ତୋରତର ଉନ୍ନତି ହୋଇପାରିବ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ।ପ୍ରଭୁ ଶ୍ରୀରାମ ଙ୍କ ନୀତିକାନ୍ତି ଅନୁସାରେ ପ୍ରାତଃ ରେ ମଙ୍ଗଳ ଆଳତି ପରେ ପରେ ଗୀତା ପରାୟଣ, ହନୁମାନ ଚାଳିଶା,ଭଜନ ସମାରୋହ ଓ ଭାଗବତ ପାଠ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପରିବେଶ ଭକ୍ତିମୟ ରେ ଉତ୍ସରିତହେବା ସହ ଭକ୍ତ ମାନେ ପ୍ରଭୁ ଶ୍ରୀରାମ ଙ୍କ ଭଜନରେ ଝୁମିଥିଲେ। ଆଜିର ଦିନ ସାରାଦେଶ ପାଇଁ ଭକ୍ତିଭାବନାର ଦିନ ବୋଲି ଭକ୍ତ ମାନେ କହିଥିଲେ।ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଉପସ୍ଥିତ ରହି ପ୍ରଭୁ ଶ୍ରୀରାମ ଙ୍କ ଆଶୀର୍ବାଦ ଲାଭ କରିଥିଲେ। ଉକ୍ତ ଉତ୍ସବ ପରିଚାଳନାରେ ଦୁର୍ଗାମାଧବ ଶତପଥୀ, ଜଗନ୍ନାଥ ସାହୁ, କ୍ଷଣସ୍ମିତା ସାହୁ, କୁମାର ଅଂଶୁମାନ ସାହୁ, କୁମାର ଆୟୁଷ୍ମାନ ସାହୁ, ଅନ୍ବେଷ ପ୍ରିୟଦର୍ଶୀ, ବନ୍ଦନା ମହାପାତ୍ର, ଅକ୍ଷୟ କୁମାର ସାହୁ, ସଞ୍ଜୟ କୁମାର ସାହୁ, ଜିତେନ୍ଦ୍ର ଶତପଥୀ ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ଉପସ୍ଥିତ ଥିବା ଭକ୍ତମାନେ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମ ଉତ୍ସବ ର ପ୍ରସାଦ ସେବନ କରିଥିଲେ।
