ଆଜି ସକାଳ ୧୦ ଘଟିକା ସମୟରେ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ପ୍ରକୋଷ୍ଠରେ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ମିହିର ମହାପାତ୍ରଙ୍କ ଏକାଦଶାହ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ୱ କରିଥିଲେ ପ୍ରେସ ଇମ୍ପ୍ରେସ କ୍ଲବ୍ ସଭାପତି ଶ୍ରୀଯୁକ୍ତ ଉଜ୍ଵଳ ଚନ୍ଦ୍ର କର ସଭା ପରିଚାଳନା କରିଥିଲେ ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ସଭାପତି ଶ୍ରୀଯୁକ୍ତ ଦେବବ୍ରତ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ସେଉଠୁ ଆରମ୍ଭ ଦୈନିକ ଖବରକାଗଜର ସମ୍ପାଦକ ଶ୍ରୀଯୁକ୍ତ ସୁଭେନ୍ଦୁ ଦାସ ଓ କାବ୍ୟ ଶ୍ଳୀପି ଶ୍ରୀଯୁକ୍ତ ସର୍ବୈଶ୍ବର ଦାସ । ମିହିର ମହାପାତ୍ରଙ୍କ ସହିତ କିପରି ଭାବରେ ସେମାନେ ସମୟ ବିତେଇଥିଲେ କହିବା ସହିତ ସେ ଜଣେ ସୁଦକ୍ଷ ରାଜନେତା ଓ ନିର୍ଭୀକ ସାମ୍ବାଦିକ ଥିଲେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୁରେନ୍ଦ୍ର ଜେନା ସମ୍ବିଦ ବେହେରା ବିଦ୍ୟାଧର ମହାନ୍ତି ତପନ କୁମାର ଦାସ ପ୍ରବିର ବେରା କମଳା କାନ୍ତ ନାୟକ ଭଗବାନ ଦାସ ପୁର୍ଣ ବାବୁ ଶରତ ଚନ୍ଦ୍ର ବାରିକ ଶିବଶଙ୍କର ଭୋଈ ସନ୍ତୋଷ ସମ୍ପାଦକ ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ମିହିର ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ।
