ଯୁବ ଇଂଜିନିୟର ଙ୍କ ଅକାଳ ବିୟୋଗ ରେ ଶୋକର ଛାୟା
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋର ଥାନା କୁରୁଡା ଗ୍ରାମର ଯୁବ ଇଂଜିନିୟର ସୌମ୍ଯ ରଞ୍ଜନ ନାୟକ ଙ୍କର ଅକାଳ ବିୟୋଗ ରେ ଗ୍ରାମର ଶୋକର ଛାୟା ଖେଳି ଯାଇଛି | ମୃତ୍ୟୁବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା |ଗତ କିଛିଦିନ ଧରି ସେ ମାରାତ୍ମକ ଗଳା କ୍ଯାନସରରେ ଆକ୍ରାନ୍ତ ହୋଇଥିଲେ |ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସପିଟାଲରେ ଚିକିତ୍ସିତ ହୋଇ ଫେରିବାର କିଛିଦିନ ସୁସ୍ଥତା ପରେ ମୃତ୍ଯୁ ବରଣ କରିଥିଲେ |କୁରୁଡା ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଗଜେନ୍ଦ୍ର ନାୟକ ଓ ଚନ୍ଦ୍ରକାନ୍ତି ନାୟକଙ୍କର ଏକ ମାତ୍ର ପୁତ୍ର ଥିଲେ | ମୃତ୍ୟୁ ସୌମ୍ଯରଂଜନ ଜଣେ ଶାନ୍ତ,ସରଳ ସ୍ବଭାବ ତଥା ପରୋପକାରୀ ଯୁବକ ଥିବାରୁ ତାଙ୍କର ଶବକୁ ଗ୍ରାମ ପରିକ୍ରମା କରାଯାଇଥିବା ବେଳେ ଗ୍ରାମବାସୀ ଙ୍କ ମଧ୍ଯରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ଗ୍ରାମ୍ଯ ଶ୍ମଶାନରେ ତାଙ୍କର ଏକମାତ୍ର ପୁତ୍ର ମୁଖାଗ୍ନି ଦେଇଥିଲା |
