ସୋର ଶ୍ରୀରାମ ସେନା ପକ୍ଷରୁ ରକ୍ତଦାନ ଶିବର ଅନୁଷ୍ଠିତ, ୧୫୪ ୟୁନିଟ ସଂଗ୍ରହ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ରକ୍ତଦାନ ମହତ ଦାନ ଏହି ବାର୍ତ୍ତାକୁ ପାଥେୟ କରି ସୋର କୃଷ୍ଣଚନ୍ଦ୍ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶ୍ରୀରାମ ସେନା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସଭାପତି ପ୍ରହଲ୍ଲାଦ ସାହୁ ଉଦଘାଟନ କରିଥିବା ବେଳେ ଶିବିରରୁ ମୋଟ ୧୫୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଡାକ୍ତର ବସନ୍ତ କୁମାର ଉପାଧାୟ ରକ୍ତାଦାତାଙ୍କ ସ୍ୱସ୍ଥ୍ୟ ପରୀକ୍ଷା କରିଥିବା ବେଳେ ବାଲେଶ୍ୱର ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। ଅତିଥି ଭାବେ ପୁର୍ବତନ ବିଧାୟକ ପର୍ଶୁରାମ ଧଡା,ଜିଲା ପରିଷଦ ସଦସ୍ୟ ଜୟରାମ ଦାସ, ନଗର ସଭାପତି ଲକ୍ଷ୍ମୀଧର ତରେଇ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ପାଦକ ମନୀଷ ଗୁପ୍ତା, ସୁଶିଲ ଝୁନଝୁନୱାଲା, ବିଷ୍ଣୁମୋହନ ପଣ୍ଡା,କାହ୍ନୁ ଚରଣ ବେହେରା,ଗୋବିନ୍ଦ ନାୟକ,ନରେଶ ସି, ଅଜୁ ରଣା,ଅଭିଷେକ ଅଗ୍ରୱାଲ ,ବିରେନ୍ଦ୍ର ଧଡା ଓ ମନୋରଞ୍ଜନ ଧଡା ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ।
