*ନୂଆପଡ଼ାରେ କ୍ରୀଡା ଛାତ୍ରାବାସ ଦାଖଲ ନିମନ୍ତେ ଖୋ-ଖୋ ବିଭାଗରେ ବ୍ଲକ ସ୍ତରୀୟ ଚୟନ ଶିବିର ଆୟୋଜିତ।*
ନୂଆପଡ଼ା(ମିଖାଏଲ ନନ୍ଦ)
ତା: ୨୨.୦୩
ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ତଥା ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ନୂଆପଡାସ୍ଥିତ ପୋଲିସ ପଡିଆରେ ଏବଂ ରାଜା ଏଟି ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଛାତ୍ରାବାସରେ ଦାଖଲ ନିମନ୍ତେ ଖୋ-ଖୋ ବିଭାଗରେ ବ୍ଲକ ସ୍ତରୀୟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଚୟନ ଶିବିରରେ ନୂଆପଡ଼ା ଜିଲ୍ଲାର ପାଞ୍ଚଗୋଟି ବ୍ଲକ ଓ ତିନିଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ I ଏହି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲା ସ୍ତରୀୟ ଚୟନ ଶିବିର ପାଇଁ ଚୟନ କରାଯିବ ଏବଂ ଜିଲ୍ଲା ସ୍ତରୀୟ ଶ୍ରେଷ୍ଠ ଖେଳାଳୀ ମାନଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଭା ଚୟନ ଶିବିରରେ ଭାଗ ନେବାପାଇଁ ଆମନ୍ତ୍ରଣ କରାଯିବ।
ରାଜ୍ୟ ସ୍ତରରେ ସଫଳ ଖେଳାଳୀ ମାନଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡା ଛାତ୍ରାବାସରେ ଖାଲି ଥିବା ସିଟ୍ ରେ ଦାଖଲ କରାଯିବ। ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ଥିବା ଛାତ୍ରାବାସରେ ରାଜ୍ୟ ସ୍ତରରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଦାଖଲ ନିମନ୍ତେ ରାଜ୍ୟ କ୍ରୀଡା ବିଭାଗ ପଦକ୍ଷେପ ନେବେ I
ଆଜିର ଚୟନ ଶିବିରରେ ମହତାବ ଆଡ଼ଯୁଆଡ, ସରୋଜ କୁମାର ପ୍ରଧାନ, ରୋହିତ କୁମାର ନାଗ, ସନ୍ତୋଷ କୁମାର ପାଣିଗ୍ରାହୀ, ଶୋଭାରମ ରାଉତ, ଶ୍ରୀମତୀ ନିରୂପମା ପଟେଲ, ଭରତ ପ୍ରଧାନ ଓ ଅନ୍ୟାନ୍ୟ ଖେଳ ଶିକ୍ଷକ ମାନେ ସାମିଲ ହୋଇ ଶିବିରକୁ ସମ୍ପାଦନ କରିଥିଲେ।
ଆଗାମୀ ତା ୨୫.୦୩.୨୦୨୬ ରିଖ ଦିନ ନୂଆପଡ଼ା ସଦର ମହକୁମା ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟରେ ଭଲିବଲ ଖେଳ ନିମନ୍ତେ ଚୟନ ଶିବିରର ଆୟୋଜିତ ହେବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ କହିଛନ୍ତି।
ଉକ୍ତ ଖେଳ ପାଇଁ ପଞ୍ଜୀକରଣ କରିଥିବା ଖେଳାଳୀ ମାନେ ସକାଳ ୭.୩୦ ମିନିଟ ସମୟରେ ଶିବିର ସ୍ଥଳକୁ ଆସି ନିଜ ନାମ ଓ ଜନ୍ମ ପ୍ରମାଣ ପତ୍ର ଦାଖଲ କରି ଚୟନ ଶିବିରରେ ଭାଗ ଦେଇ ପାରିବେ ।
