ଚତୁର୍ଦଶ ତମ ବିଶ୍ୱ ବନ ଦିବସ ଅନୁଷ୍ଠିତ
ଭବାନୀପାଟଣା:(କିଶନ ଶର୍ମା )-୨୩/୩ କଳାହାଣ୍ଡି ଏଜେନସି ଫର ଏନ ଭାର ମେଣ୍ଟ ଏଣ୍ଡ ୱାଇଲଡଲାଇଫ ( କେଫ୍ୟୁ ) ପକ୍ଷରୁ ସ୍ଥାନୀୟ ଅମଲା ଭବନ ଭବାନୀପାଟଣା ଠାରେ ଚତୁର୍ଦଶ ତମ ବିଶ୍ୱ ବନ ଦିବସ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱ ବନ ଦିବସ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଉତ୍ତର ବନ ଖଣ୍ଡିୟ ଅଧିକାରୀ ଶ୍ରୀ ରମେଶ କୁମାର ବିସ୍ଣୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବାବେଳେ ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଶ୍ରୀ ଶାନ୍ତନୁ କୁମାର ବେହେରା, କଳାହାଣ୍ଡି ସ୍ୱୟଂ ଶାସିତ ମହା ବିଦ୍ୟାଳୟ ର ପୂର୍ବତନ ପ୍ରାଧ୍ୟାପକ ତଥା ପରିବେଶ ବିତ ଡ଼ା. ଅଜୟ କୁମାର ମିଶ୍ର, ଅବୈଟନିକ ବନ୍ୟପ୍ରାଣୀ ସଂଗ୍ରକ୍ଷକ ଭାରତ ଭୂଷଣ ଦେଓ, ନିଖିଳ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ର ରାଜ୍ୟ ସଭାପତି ଧୀରେନ୍ଦ୍ର କୁମାର ପଟନାୟକ, ଇକୋ କ୍ଲବ ପ୍ରଶିକ୍ଷକ ରବୀନ୍ଦ୍ର କୁମାର ପଟନାୟକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ନାରାୟଣ ପାତ୍ର ଓ କେଫ୍ୟୁ ସଙ୍ଘଟନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକୃତି ବନ୍ଧୁ ଡୋଲମଣୀ ସାହୁ ଉପସ୍ଥିତ ରହି କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକ ରୁ ମନୋନୀତ ହୋଇଥିବା ବନ ସୁରକ୍ଷା ସମିତି ଥୁଆମୂଳ ରାମପୁର ବ୍ଲକର ମର୍ଡିଗୁଡା ଓ ଭଟା ଗୁଡା, ଭବାନୀପାଟଣା ବ୍ଲକ ର ମୁଣ୍ଡଗୁଡା, ହେରାଟେକା, ଗୋଚଖୋଲା, ନରେନଖୋଲା, ମାଲଗାଁ ଗ୍ରାମ ପଂଚାୟତ ର କନ୍ଧ ବାନ୍ଦୋପଲା ବନ ସୁରକ୍ଷା ସମିତି ଓ ପ୍ରକୃତି ବନ୍ଧୁ ପୁରସ୍କାର ପାଇ ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଆସୁଥିବା ପ୍ରକୃତି ପ୍ରେମୀ ରବି ପ୍ରସାଦ କାନୁନଗୋ, ରବି ପଟନାୟକ, ବିଭୁତି ଭୂଷଣ ମିଶ୍ର, ମନୋଜ କୁମାର ପାଣିଗ୍ରାହୀ, ନାରାୟଣ ସାହୁ,ସମୀର କୁମାର ବେହେରା, ଡୋଲlମଣୀ ସାହୁ,ଅଭୟ ଦେବତା, ସୁରେଶ ଚନ୍ଦ୍ର ସାହୁ, ରମେଶ ଚନ୍ଦ୍ର ପଣ୍ଡା ଓ ସୁରେଶ ନାଗ ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ l
ଚତୁର୍ଦ୍ଧଶ ତମ ବିଶ୍ୱ ବନ ଦିବସ ଅବସରରେ ଅନୁଷ୍ଠିତ ଜନସଚେତନତା ଧର୍ମୀ କାର୍ଯ୍ୟକ୍ରମ ରେ କେଫ୍ୟୁ ସଂଗଠନ ସହ ଜଡିତ ଥାଇ ବୃକ୍ଷ ରୋପଣ, ବନ ସୁରକ୍ଷା, ବନାଗ୍ନୀ ନିବାରଣ ନିମନ୍ତେ ସ୍ଥାନୀୟ ଭାଷାରେ ପଥ ପ୍ରାନ୍ତ ନାଟକ, ଘମୁରା ଗୀତ ଯୋଗାଇ ଦେଇ ଜଣା ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରି ଆସୁଥିଲେ। ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦୁଆରସୁଣୀ ଗ୍ରାମପଂଚାୟତ ର ସରପଞ୍ଚ ବିଶିଷ୍ଟ ଘୁମୁରା ଗୁରୁ କୈଳାଶ ଚନ୍ଦ୍ର ନା ଏ କ ଙ୍କୁ ଏକ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେଲ l କେଫ୍ୟୁ ପକ୍ଷରୁ ଆୟୋଜିତ ଏହି ସଭାକୁ କେଫ୍ୟୁର ଉପସଭାପତି ଅଜିତ କୁମାର ନାୟକ ପରିଚାଳନା କରିଥିବା ବେଳେ ପ୍ରକୃତି ବନ୍ଧୁ ଡୋଲlମଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
