କଂଗ୍ରେସ ତରଫରୁ ମସାଲ୍ ଶୋଭାଯାତ୍ରା।
ସୋର ରେ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ ଅନୁଯାୟୀ, କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ରାଜ୍ୟରେ ବଢ଼ୁଥିବା ମହିଳା ଅତ୍ୟାଚାର, ଦରଦାମ ବୃଦ୍ଧି ଓ ବିବାଦିୟ ୱାକଫ ବିଲ ବିରୋଧରେ ମଶାଲ ଶୋଭାଯାତ୍ରା କରାଯାଇଥିଲା । ଉକ୍ତ ଶୋଭାଯାତ୍ରା ସୋର କଂଗ୍ରେସ ଭବନ ରୁ ବାହାରି ଡାକ୍ତରଖାନା ଛକ ନିକଟରେ ଶେଷ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ଜେନା ରାଜେନ୍ଦ୍ର ମହାନ୍ତି ଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ସାମିଲ୍ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସ କର୍ମୀମାନେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିରୁଦ୍ଧରେ ନାରାବାଜି କରିଥିଲେ।
