
- ବିକାଶ ଅଭିଯାନ ଟ୍ରଷ୍ଟ ତରଫରୁ ପଣା ଓ ପାନୀୟ ଜଳ ବଣ୍ଟନ
- କେନ୍ଦ୍ରାପଡା….ପବିତ୍ର ପଣା ସଂକ୍ରାନ୍ତି, ଝାମୁ ଯାତ୍ରା ଓ ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟର ସୁପ୍ରସିଦ୍ଧ ଶକ୍ତିପୀଠ ଦରିଆପରି ମା ରାମଚଣ୍ଡୀଙ୍କ ନିକଟରେ ପ୍ରବଳ ଜନ ସମାଗମ ଓ ଖରା ଗୁଳୁଗୁଳିକୁ କୁ ଦୃଷ୍ଟିରେ ରଖି ” ବିକାଶ ଅଭିଯାନ ଟ୍ରଷ୍ଟ” ପକ୍ଷରୁ ମହାକାଳପଡ଼ା ଠାରେ ଏକ ପାନୀୟ ଜଳ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି।
- ଟ୍ରଷ୍ଟର ଅଧ୍ୟକ୍ଷା ତଥା ବିଶିଷ୍ଟ ସମାଜସେବୀ ଓ ନାରୀ ନେତ୍ରୀ ଶ୍ରୀମତୀ ଅଳକା ରଥ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପଥଚାରୀଙ୍କୁ ପଣା ଓ ପାଣି ବଣ୍ଟନ କରିବା ସହ ଆଗାମୀ ଦିନରେ ବିକାଶ ଅଭିଯାନ ଟ୍ରଷ୍ଟ ଏହାର ଜନହିତକର କାର୍ଯ୍ୟକୁ ଆହୁରି ବ୍ୟାପକ କରିବ ବୋଲି ମତପ୍ରକାଶ କରିଥିଲେ।
ଶ୍ରୀମତୀ ରମ୍ଭାବତୀ ବାରିକ, ପ୍ରସନ୍ନା ସାହାଣୀ, ପ୍ରେମଳତା ଜେନା, ସରୋଜିନୀ ରାଉତ, ଲଷ୍ମୀପ୍ରିୟା ବାରିକ, ପ୍ରମିଳା ଦାସ, ବବିତା ଜେନା, ଡାଳିମ୍ବ ଜେନା ଓ ଚମ୍ପାବତୀ ଯତି ପ୍ରମୁଖ ପରିଚାଳନା କରିବା ସହ ପଥଚାରୀ ମାନଙ୍କୁ ଶିବରର ଛାଇ ରେ ବସିବାକୁ ପରାମର୍ଶ ଦେବା ସହ ଅଂଶୁଘାତ ରୁ ରକ୍ଷାପାଇବାର ଉପାଦେୟ ଉପଦେଶମାନ ପ୍ରଦାନ କରିଥିଲେ।
ଯୁବ ସଂଗଠକ ରବୀନ୍ଦ୍ର କୁମାର ରାଉତ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ତାପସ ପ୍ରଧାନ, ଶ୍ରୀକାନ୍ତ ଜେନା, ବସନ୍ତ ଦାସ, ବିଜୟ ମଲ୍ଲିକ, କିଶୋର ବେହେରା, ଚିନ୍ମୟ ପ୍ରଧାନ ଓ ଚିତ୍ତରଞ୍ଜନ ସ୍ୱାଇଁ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।