ନବରାତ୍ର ମହୋତ୍ସବ ବରଗଡ :-୧୯/୦୩(ନି, ପ୍ର )ଚଳଚଞ୍ଚଳ ବରଗଡ଼ ସହର ମାଁ ସମଲେଶ୍ବରୀଙ୍କ ମନ୍ଦିର । ଆଜିଠାରୁ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବାସନ୍ତୀକ ନବରାତ୍ର ମହୋତ୍ସବ । ଚୈତ୍ର ମାସ ଶୁକ୍ଲପକ୍ଷ ପ୍ରତିପଦା ତିଥିରୁ ନଅ ଦିନ ଧରି ମାଁଙ୍କ ନବରାତ୍ରୀ ମହୋତ୍ସବ ଧୁମଧାମରେ ପାଳିତ ହୋଇଥାଏ । ଆଜି ପ୍ରଥମ ଦିବସରେ ମାଁ ସମଲେଶ୍ବରୀ ଶୈଳପୁତ୍ରୀ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ପରମ୍ପରା ଅନୁସାରେ ମନ୍ଦିରରେ ମାଁଙ୍କ ବିହିତ ପୂଜାର୍ଚ୍ଚନା କରିବା ପରେ ଭକ୍ତମାନେ ଅଖଣ୍ଡ ଦୀପ ସ୍ଥାପନ ତଥା ମାନସିକ ଅଖଣ୍ଡଦୀପ ପ୍ରଜ୍ବଳନ କରିଥିଲେ । ମାଁଙ୍କ ଶୈଳପୁତ୍ରୀ ବେଶ ଦର୍ଶନ କଲେ କାଟି ଜନ୍ମରୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେଣୁ ଆଜି ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । ହଜାର ହଜାର ଭକ୍ତଙ୍କ ଆଗମନକୁ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
