ନୂଆ ଢଙ୍ଗରେ ବାଲେଶ୍ଵର ରାଜନୀତି ! ବେଶ ରୋଚକ ସ୍ଥିତିରେ ଥିବା ବେଳେ, ବିଜେପି ଟାର୍ଗେଟରେ ଏଥର ଭୋଗରାଇ, ଜଳେଶ୍ଵର, ବସ୍ତା, ସୋର !
ବାଲେଶ୍ୱର ଜିଲ୍ଲାର ଆଠଟି ନିର୍ବାଚନ ମଣ୍ଡଳୀରୁ ଗତ ସାଧାରଣ ନିର୍ବାଚନରେ ଚାରୋଟି ଆସନରେ ବିଜେପି ବାଜିମାତ କରିଥିବା ବେଳେ, ଚାରୋଟି ଆସନରେ ବିଜେଡ଼ି ବାଜିମାତ କରିଥିବା ନଜିର ରହିଛି। ଏବେ ବାଲେଶ୍ଵର ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନାଙ୍କ ବିଜେପିରେ ଯୋଗଦାନ ସହ ରାଜ୍ୟସଭା ନିର୍ବାଚନରେ ବସ୍ତା ବିଧାୟିକାଙ୍କ କ୍ରସ ଭୋଟିଂ ବସ୍ତା ବିଜେଡି ପାଇଁ ଚିନ୍ତାର କାରଣ କହିଲେ ଅତ୍ୟୁକ୍ତି ହେବନାହିଁ। ଜିଲ୍ଲାର ସିମୁଳିଆ, ନୀଳଗିରି, ରେମୁଣା, ବାଲେଶ୍ୱର ସଦର ଭଳି ଚାରୋଟି ନିର୍ବାଚନ ମଣ୍ଡଳୀରେ ବିଜେପିର ସ୍ଥିତି ବେଶ ମଜବୁତ ରହିଥିବା ଲକ୍ଷ୍ୟ କରାଯାଉଥିବା ବେଳେ, ଯାହା ଶୁଣିବାକୁ ମିଳୁଛି ଆଗାମୀ ଦିନ ପାଇଁ ବିଜେପି ଟାର୍ଗେଟରେ ଭୋଗରାଇ, ଜଳେଶ୍ଵର, ବସ୍ତା ତଥା ସୋର ନିର୍ବାଚନ ମଣ୍ଡଳୀ। ତେବେ ବାଲେଶ୍ଵର ପୂର୍ବତନ ସାଂସଦ ଇଂ ଶ୍ରୀ ଜେନାଙ୍କର ଏହି ସବୁ ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ବେଶ ପତିଆରା ରହିଥିବା ବେଳେ, ବିଜେପି ଆଗାମୀ ଦିନରେ ଏହି ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ଭଲ ପ୍ରଦର୍ଶନ କରିବା କଥାକୁ ଏଡ଼ାଇ ଦିଆଯାଇ ନପାରେ, ଯାହାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଶୁଣିବାକୁ ମିଳିଲାଣି। ଅନ୍ୟପଟେ ବସ୍ତା ବିଧାୟିକାଙ୍କ କ୍ରସ ଭୋଟିଂ ପରେ ବିଜେଡ଼ି ବସ୍ତା ସଂଗଠନକୁ ନିଜ ଅକ୍ତିଆରରେ ରଖିବା ପାଇଁ ପୁରୁଖା ନେତାଙ୍କ ସହଯୋଗ ଲୋଡୁଥିବା ବେଳେ, କେତେଦୂର ସଫଳତା ହାତେଇବେ ଏହା ବିଜେଡି ପାଇଁ ରହିବ ଏକ ବଡ଼ ଚ୍ୟାଲେଞ। ଠିକ ସେହିପରି ଭୋଗରାଇ, ବସ୍ତା, ଜଳେଶ୍ଵର, ସୋର ନିର୍ବାଚନ ମଣ୍ଡଳୀ ଆଜିର ଦିନରେ ବିଜେଡିର ଗଡ ରହିଥିବା ବେଳେ, ନିଜ ଅକ୍ତିଆରକୁ ଆଣିବା ପାଇଁ ବିଜେପି ପାଇଁ ବି ରହିବ ଏକ ବଡ଼ ଚ୍ୟାଲେଞ ଯାହାକୁ ଏଡ଼ାଇ ଦିଆଯାଇ ନପାରେ।।।
ବାଲେଶ୍ୱର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
