ପ୍ରେମ ଜନିତ ବଚସା ରୁ ମଦ ପିଆଇ ହତ୍ୟା କାଣ୍ଡ ହତ୍ୟା କାରି କୁ ଧରି ସୀନରିକ୍ରେସନ କଲା କଙ୍କଡ଼ାହାଡ଼ ପୋଲିସ।
(ଧର୍ମାନନ୍ଦ ସେଠି ଙ୍କ ଖବର )
କାମାକ୍ଷାନଗର –
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କନ୍ଧରା-ଉର୍ବେଙ୍ଗି ରାସ୍ତା ପାର୍ଶ୍ଵରେ କନ୍ଧରା ଗ୍ରାମ ନିକଟରେ ୧୦ ତାରିଖ ଦିନ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ।ସୂଚନା ଅନୁସାରେ କେରଯୋଳି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗ୍ରାମର ରାଜେଶ ବାରିକ(୨୨)ଙ୍କ ମୃତ ଦେହ ରାସ୍ତା ପାର୍ଶ୍ଵରେ ପଡିଥିବା ସ୍ଥାନୀୟ ଲୋକମାନେ ଦେଖି କଙ୍କଡାହାଡ଼ ପୋଲିସକୁ ଖବର ଦେଇଥିଲେ । କଙ୍କଡ଼ାହାଡ଼ ପୋଲିସ ପ୍ରାଥମିକ ତଦନ୍ତ ରେ ପ୍ରେମ ଜନିତ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରିଥିଲା। ଆଜି ମାଧବ ମୁଣ୍ଡା ଗ୍ରାମର ଗୋବିନ୍ଦ ମହାନ୍ତ ପିତା- ଯୋଗେଶ୍ୱର ମହାନ୍ତ କୁ ଗିରଫ କରି ଥିଲା । ଗୋବିନ୍ଦ ସୀନରିକ୍ରେସନ ସାହାଯ୍ୟରେ କିପରି ହତ୍ୟାକରୀ ଥିଲେ ପୋଲିସ କୁ ଜଣାଇଁ ଥିଲା। ସୂଚନା ଅନୁସାରେ ୯ ତାରିଖ ରାତିରେ କାଲବୁଦ୍ଧିଆ ଗ୍ରାମକୁ ବରଯାତ୍ରୀ ହିସାବରେ ରାଜେଶ ବାରିକ ଯାଇଥିଲା ମାଧବ ମୁଣ୍ଡା ଗ୍ରାମର ଗୋବିନ୍ଦ ମହାନ୍ତ ଏବଂ ସଞ୍ଜୟ ସେଠାରେ ସାମାନ୍ୟ ମଦ ପିଇଥିଲେ ଅଧିକ ମଦ ପିଇବା ପାଇଁ କନ୍ଧରା ଉର୍ବେଙ୍ଗୀ ରାସ୍ତା କୁ ମଦ ପିଇବା ପାଇଁ ଯାଇଥିଲେ ପ୍ରେମ ଜନିତ ବଚସାରୁ ହତ୍ୟାକାଣ୍ଡ ହୋଇଥିବା ଗୋବିନ୍ଦ ଦର୍ଶାଇ ଥିଲା।ଅନ୍ୟ ଜଣେ ଅଭିଯୋକ୍ତ ସଞ୍ଜୟ ଫେରାର ଥିବା ପୋଲିସ ତରଫ ରୁ ସୂଚନା ମିଳିବା ସହିତ ଅଧିକ ତଦନ୍ତ ଜାରିରଖିଛି
