*ଖଡିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ନବମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି*
ନୂଆପଡା(ମିଖାଏଲ ନନ୍ଦ)
ତା:୧୨.୦୩.
ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ନବମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜଗନ୍ନାଥଙ୍କ ପୁଜାର୍ଚ୍ଚନା ପରେ ପ୍ରାରମ୍ଭିକ ସଙ୍ଗୀତ ଗାନ ହୋଇଥିଲା ।ଅଧ୍ୟକ୍ଷ ଡ଼ଃ ଅକ୍ଷୟ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାରମ୍ଭିକ ବକ୍ତବ୍ୟ ପରେ ଏକ ବାର୍ଷିକ ବୁଲେଟିନ ଉନ୍ମୋଚିତ ହୋଇଥିଲା । ସହକାରୀ ପ୍ରଫେସର ରାକେଶ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ,ମୁଖ୍ୟ ଅତିଥି ଡଃ ଫଣିନ୍ଦମ୍ ଦେଓ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ମେଜର ଡଃ ରାମ ଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଡଃ ବାସୁଦେବ ସୁନାନି ଯୋଗ ଦେଇଥିଲେ ଶ୍ରେଷ୍ଠ ସ୍ନାତକ ସାଂସ୍କୃତିକ ଚମ୍ପିୟାନ, କ୍ରୀଡା ଚମ୍ପିୟାନ,ସାଂସ୍କୃତିକ ପ୍ରତିଯୋଗିତା ଆଦିର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଓଡ଼ିଶୀ, ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଅଧ୍ୟାପକ ଡଃ ଲିଙ୍ଗରାଜ ସାହୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଜୟ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ ।
