*ନୂଆପଡ଼ା ଜିଲ୍ଲା ରୁ ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡଃ. ସୋନିଆ ଜୈନ ରାଷ୍ଟ୍ରୀୟ ୱାର୍ଡ ସଦସ୍ୟ ନେତୃତ୍ୱ ସମ୍ମିଳନୀ – ୨୦୨୬ ରେ ଯୋଗଦାନ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୨.୦୩.
ନୂଆପଡ଼ା ଜିଲ୍ଲା ରୁ ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡଃ. ସୋନିଆ ଜୈନ ରାଷ୍ଟ୍ରୀୟ ୱାର୍ଡ ସଦସ୍ୟ ନେତୃତ୍ୱ ସମ୍ମିଳନୀ- ୨୦୨୬ ରେ ଯୋଗଦାନ କରିବା ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ୱାର୍ଡ ସଦସ୍ୟ ନେତୃତ୍ୱ ସମ୍ମିଳନୀ- ୨୦୨୬ ରେ ଯୋଗ ଦେଇ ନୂଆପଡ଼ା ଜିଲ୍ଲାର ନେତୃତ୍ଵ କରିବେ। ଜିଲ୍ଲା ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ ଅଟେ। ଡଃ. ସୋନିଆ ଜୈନ ନିଜ ସହରାଞ୍ଚଳ ର ବିକାଶ ତାଙ୍କ ନୈତିକ କର୍ତ୍ତବ୍ୟ ହୋଇଥିବା ବେଳେ ସହରରେ ଆନୁଷଙ୍ଗିକ ବ୍ୟବସ୍ଥା ମହଜୁଦ କରିବା ପାଇଁ ଜଣେ ଦକ୍ଷ କର୍ମୀ ରୂପେ କାମ କରିଆସିଛନ୍ତି। ତାଙ୍କ ବିକାଶ ମୂଳକ ସୁବିଚାର ରାଷ୍ଟ୍ରୀୟ ମଞ୍ଚରେ ଉପସ୍ଥାପନା କରିବେ।
