*ସିନାପାଲି ବ୍ଲକରେ ଅଭାବନୀୟ ଘଟଣା, କୁମାରୀ ବ୍ରତ ଭୋଜିରେ ମାଂସ ବିତରଣ କରିବାକୁ ଯାଇ ତୁମଲ କାଣ୍ଡ, ଭାତ ରନ୍ଧା ହୋଇଥିବା ଗରମ ତୋରାଣି ରେ ଯିବାକୁ ବୁଡ଼ାଇ ମରଣାନ୍ତକ ଆକ୍ରମଣ*
ନୂଆପଡା(ମିଖାଏଲ ନନ୍ଦ)
ତା: ୧୩.୦୩.
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଘଣ୍ଟିଗୁଦା ଗ୍ରାମରେ ଏକ କୁମାରୀ ବ୍ରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭୋଜି ରେ ମାଂସ ହୋଇଥିବା ବେଳେ ମାଂସ ବିତରଣ କରିବାକୁ ସମ୍ପର୍କୀୟ ଯୁବକ କୁ ଅନୁରୋଧ କରିଥିଲେ। ଭୋଜିରେ ମାଂସ ବିତରଣ ବେଳେ କାହାକୁ କାମ ବେଶୀ ହୋଇଥାଏ। ଏହାକୁ ନେଇ ବଚସା ହୋଇ ଆକ୍ରମଣ ପର୍ଯ୍ୟନ୍ତ ଯାଇଅଛି। ସମ୍ପର୍କୀୟ ଯୁବକଙ୍କୁ ରନ୍ଧା ଶାଲ ରେ ଭାତ ରନ୍ଧା ଗରମ ତୋରାଣି ରେ ଗଞ୍ଜ ବୁଡ଼ାଇଥିଲେ। ଗୁରୁତର ଅବସ୍ଥା ରେ ବ୍ୟକ୍ତିଙ୍କୁ ଉଦ୍ଧାର କରି ସିନାପାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ସିନାପାଲି ରେ ଏହି ବିଷୟ ନେଇ ପରିବାର ପକ୍ଷ ରୁ ଅଭିଯୋଗ କରିନଥିବା ଖବର ନେବା ବେଳେ ଜଣାପଡିଛି।
