ଡେଇଣ୍ଟି ଗୁରୁକୃପା ଆବାସିକ ବିଦ୍ୟାଳୟ ଠାରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ୧୩୫ତମ ଜୟନ୍ତୀ ପାଳିତ।
ଭଞ୍ଜନଗର -୨୬/୦୪ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଡେଇଣ୍ଟି ଗୁରୁକୃପା ଆବାସିକ ବିଦ୍ୟାଳୟ ଠାରେ ଉତ୍କଳ କଲ୍ୟାଣ ସାହିତ୍ୟ ସଂସ୍କୃତି ସଂସଦ, (ତନରଡା ), ଆନୁକୂଲ୍ୟ ରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ୧୩୫ ତମ ଜୟନ୍ତୀ ବହୁ ଆଡମ୍ବର ସହ ପାଳିତ ହୋଇ ଯାଇଛି। ପ୍ରଥମେ ଉତ୍କଳ କଲ୍ୟାଣ ସାହିତ୍ୟ ସଂସ୍କୃତି ସଂସଦ ର ବିଶିଷ୍ଟ ଅତିଥି ଓ ଗୁରୁକୃପା ବିଦ୍ୟାଳୟ ର ସଦସ୍ୟ ମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜଳନ କରାଯାଇ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଥିଲା। ଉଦଘାଟକ ଶ୍ରୀ ବଳରାମ ସ୍ୱାଇଁ, ମୁଖ୍ୟ ଅତିଥି ଶ୍ରୀ ପ୍ରଶାନ୍ତ ମହାନ୍ତି, ମୁଖ୍ୟ ବକ୍ତା ଡ. ସନ୍ତୋଷ କୁମାର ଆପଟ, ସଂମ୍ମାନିତ ଅତିଥି ଶ୍ରୀ ମୋତି ଲାଲ ପତି, ଡ. ଶ୍ୟାମା ମିଶ୍ର, ଗୁରୁକୃପା ଆବାସିକ ବିଦ୍ୟାଳୟ ର ସଭାପତି ଏସ. ସୂର୍ଯ୍ୟ ନାରାୟଣ ଦୋରା, ସମ୍ପାଦକ ଶ୍ରୀ ସୁବ୍ରତ କୁମାର ଷଡ଼ଙ୍ଗୀ, ପ୍ରଧାନ ଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନ,ଙ୍କ ଉପସ୍ଥିତି ଥିବା ବେଳେ ଉତ୍କଳ କଲ୍ୟାଣ ସାହିତ୍ୟ ସଂସ୍କୃତି ସଂସଦ ର ସଭାପତି ଶ୍ରୀ ଦିଲ୍ଲୀପ କୁମାର ତ୍ରିପାଠୀ, ସମ୍ପାଦକ ଶ୍ରୀ କାର୍ତ୍ତିକେଶ୍ୱର ପ୍ରଧାନ ପରିଚାଳନା କରିଥିଲେ। ସୂଚନା ଯୋଗ୍ୟ ଯେ ମୁଖ୍ୟ ବକ୍ତା ସନ୍ତୋଷ କୁମାର ଆପଟ,ପ୍ରଶାନ୍ତ ମହାନ୍ତି, ମୋତିଲାଲ ପତି, କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ବିଷୟରେ ବହୁ ତଥ୍ୟ ଉପସ୍ଥାପନା କରିଥିଲେ ଓ ଛାତ୍ର, ଛାତ୍ରୀ ମାନଙ୍କୁ ଉତ୍ତମ ମାର୍ଗଦର୍ଶନ ମଧ୍ୟ କରାଇଥିଲେ। ଗୁରୁକୃପା ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ବିଷୟରେ ସଂଗୀତ ଓ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। କୃତି ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ବକ୍ତୃତାରେ ରାଜଶ୍ରୀ ଆଚାର୍ଯ, ଅଙ୍କିତା ପ୍ରିୟ ଦର୍ଶନୀ ପ୍ରଥମ ସ୍ଥାନ ପାଇଥିଲେ।ଓ ହାସିନୀ କହଁର ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ନନ୍ଦିନୀ ଅଚାରୀ ସଂଯୋଜନା କରିଥିଲେ। କାର୍ତ୍ତିକେଶ୍ୱର ପ୍ରଧାନ ଅତିଥି ପରିଚୟ କରିଥିଲେ। ସନ୍ତୋଷ କୁମାର ଜେନା, ଡ. ଗାୟତ୍ରୀ ସାହୁ, ସୁନୀଲ ପାଣି, ସାଇ ଆଦିତ୍ୟ ଜେନା,ପ୍ରଫୁଲ୍ଲ ସାର, ରଞ୍ଜନସାର, ଅମୁଲ୍ୟ ସାର, ରାମ ସାର,ସିଦ୍ଧାର୍ଥ ସାର, ଲୋପାମୁଦ୍ରା ଗୁରୁମା, ଶ୍ରୁତିଶ୍ରୀ ଗୁରୁମା, ମମତା ପଣ୍ଡା ଗୁରୁମା, ଶର୍ମିଷ୍ଠା ଗୁରୁମା, ମମତା ଗୁରୁମା, ପଦ୍ମଜା ଗୁରୁମା, ଓ ମାଉସୀ ମାନେ ସହଯୋଗ କରିଥିବା ବେଳେ ଶେଷରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ସୁବ୍ରତ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।
