(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
Slug ଜଳ ଯନ୍ତ୍ରଣରେ ଛଟପଟ କୋଟପାଡ଼ି ଗାଁ ର ଚାରି ନମ୍ବର ୱାର୍ଡ ବାସୀ. ବସୁଧା ଯୋଜନା ର ପାଣି ଟାଙ୍କି ନିର୍ମାଣ ର ଅନେକ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଉନାହିଁ. Anchor କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପାଇକକେନ୍ଦୁମୁଣ୍ଡି ଗ୍ରାମ ପଂଚାୟତ କୋଟପାଡ଼ି ଚାରିନମ୍ବର ୱାର୍ଡ ବାସି ବର୍ଷ ବର୍ଷ ଧରି ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି. ଗାଁରେ ବସୁଧା ଜଳ ଯୋଗାଣ ପାଇଁ ଟାଙ୍କି ନିର୍ମାଣ ହୋଇ ଅନେକ ବର୍ଷ ହେଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନାହିଁ. ଗାଁ ରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ପାନୀୟଜଳ ଯୋଗାଇବାକୁ ଅନେକ ଥର ସରପଞ୍ଚ କୁ ଜଣାଇଛନ୍ତି. ସୂଚନା ଅନୁସାରେ ଏହି ଗାଁ ର ଚାରିନମ୍ବର ୱାର୍ଡ ରେ 300 ରୁ ଅଧିକ ଲୋକ ରହୁଛନ୍ତି. ଏହି ଗାଁ ର ମୁଖ୍ୟ ସମସ୍ୟା ହେଉଛି ପାନୀୟଜଳ. ପଂଚାୟତ ସମିତି ଠାରୁ ମାତ୍ର ଚାରି କିଲୋମିଟର ଥିବା ବେଳେ ବର୍ଷ ବର୍ଷ ଧରି ଗାଁ ରେ ପାନୀୟଜଳ ସମସ୍ୟା ଲାଗି ରହିଛି.ଗାଁ ରେ 5 ଟି ନଳକୂଅ ଅଛି କିନ୍ତୁ ସବୁ ଅଚଳ ଥିବା ବେଳେ ଗୋଟିଏ ନଳକୂଅ ରେ କମ ପରିମାଣ ର ପାଣି ବାହାରୁଛି.ଗୋଟିଏ ହାଣ୍ଡି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି.ତେଣୁ ଗୋଟେ ନଳକୂପ ରେ ଏତେ ପରିବାରକୁ ପାଣି ନିଅଣ୍ଟ ହେଉଛି ବୋଲି ଗାଁ ଲୋକେ କହିଛନ୍ତି.ଗାଁ ରେ 2018 ମସିହା ରେ ଖୋଲାଯାଇ ଅଚଳ ହୋଇ ପଡ଼ିଥିବା ବସୁଧା ପାଣି ଟାଙ୍କି କୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ସରପଞ୍ଚ ନିକଟରେ ବାରମ୍ବାର ଗୁହାରି କରିବା ପରେ ମଧ୍ୟ କର୍ଣ୍ଣପତ କରୁନଥିବା କହି ଛନ୍ତି.ତେଣୁ କରି ଗ୍ରାମବାସୀ ଅଚଳ ହୋଇ ପଡ଼ିଥିବା ପାଣିଟାଙ୍କି ଏବଂ ନଳକୂପ କୁ କାର୍ଯ୍ୟକ୍ଷମ କରନ୍ତୁ ବୋଲି ଅଭିଯୋଗ କରିଛନ୍ତି. ଦେଖାଯାଉ ଖବର ପ୍ରସାରଣ ପରେ ଯଦି ପାନୀୟଜଳ ଯୋଗାଣ ର ବ୍ୟବସ୍ଥା hii ନକରିବେ ତାହେଲେ ଆଗାମୀ ଦିନରେ ରାଜରାସ୍ତା ରେ ଉଲ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ଚାରିନମ୍ବର ୱାର୍ଡ ବାସି.
