ବଙ୍କୁଆଳ ପଞ୍ଚାୟତ କୁ ଶିଶୁ ଶ୍ରମିକ ମୁକ୍ତ ଘୋଷଣା
(ଧର୍ମାନନ୍ଦ ସେଠି ଙ୍କ ଖବର )
କାମାକ୍ଷାନଗର, କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବଙ୍କୁଆଳ ପଞ୍ଚାୟତ କୁ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଧାୟକ ଶତ୍ରୁଘ୍ନ ଜେନା ଯୋଗଦେଇ ସାଂପ୍ରତୀକ ପରିସ୍ଥିତିରେ ଶିଶୁ ମାନଙ୍କ ସକାଶେ ସରକାରୀ ସ୍ତରରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ l ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ପ୍ରଭୁକଲ୍ୟାଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ଭୈରିପୁର ସରପଞ୍ଚ ଆରତୀ ଦାସ,ସରୁଆଳି ସରପଞ୍ଚ ମଦନ ବେହେରା,ବଙ୍କୁଆଳ ପୂର୍ବତନ ସରପଞ୍ଚ ପ୍ରସାଦ ସେଠି, ମଣ୍ଡଳ ସଭାପତି ରଶ୍ମିରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଏଇ ଅବସରରେ ବଙ୍କୁଆଳ ପଞ୍ଚାୟତ କୁ ଶିଶୁ ଶ୍ରମିକ ମୁକ୍ତ ବୋଲି ଘୋଷଣା କରିବା ସହିତ ଆଗାମୀ ଦିନରେ ବ୍ଲକର ଅନ୍ୟ ପଞ୍ଚାୟତ ଗୁଡିକୁ ମଧ୍ୟ ଶିଶୁ ଶ୍ରମିକ ମୁକ୍ତ ଭାବେ ଘୋଷଣା କରାଯିବାର ବ୍ୟବସ୍ଥା କରାଯାଉଥିବାର ଜଣାଯାଇଛି l ବଙ୍କୁଆଳ ସରପଞ୍ଚ କମଳିନୀ ଦାସ ଧନ୍ୟବାଦ ଦେଇଥିଲେ l
