*ସିନାପାଲି ବ୍ଲକ ଗୋଡ଼ାଲ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ*।
ନୂଆପଡା(ମିଖାଏଲ ନନ୍ଦ)
ତା -୦୧.୦୩.
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡ଼ାଲ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଚଳନା ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଠାରେ ଅନୁଷ୍ଠିତ ହୋଇଛି। ସିଆରସିସି ବିଭୁତି ମେହେରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ବୈଠକରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ଯାଳୟର ସମସ୍ତ ପ୍ରଧାନ ଶିକ୍ଷକ ଓ ଏଫଏଲଏନ୍ ଶିକ୍ଷକ ଶିକ୍ଷୟିଚ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ଆଗାମୀ ବାର୍ଷିକ ପରୀକ୍ଷା, ଯାଦୁ ପେଡ଼ି ଆଦି ପ୍ରସଙ୍ଗରେ ମୁଖ୍ଯତଃ ଆଲୋଚନା କରାଯାଇଥିଲା। ବୈଠକରେ ପ୍ରଦୀପ କୁମାର ଯୋଷୀ, ଭରତ ଚଂଦ୍ର ବାଗ, ଅୟୁବ ଖାଁ, ଶଶିଧର ଛୁରା, କେଶରମଣି ଜଗତ, ସୋନାଲୀ ସାମନ୍ତରାୟ, ସୁମିତ୍ରା ମେହେର, ସୃପ୍ରିୟା ସିଂ, ପ୍ରଶାନ୍ତ କୁମାର ଜଗତ, ଲିଙ୍ଗରାଜ ମେହେର, ଶିବ ପ୍ରସାଦ ମେହେର, ନବୀନ ବେହେରା, ବିଶ୍ବମ୍ବର ମେହେର, ଆର୍ତ୍ତତ୍ରାଣ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ଯକ୍ରମ ପରିଚାଳନାରେ ବୈଷ୍ଣବ ମେହେର, କିଶୋର ଚଂଦ୍ର ମେହେର, ମମିତା ପଟ୍ଟଯୋଷୀ, ଉଗ୍ରେସନ ହଂସ, ଜେମା ବଗର୍ତ୍ତୀ, ଭୁମିସୂତା ଛତ୍ରିଆ, ମାଲା ହଂସ, ତୋଫାନ ମଶ୍ରା ପ୍ରମୁଖ ସହଯୋଗ କରିଥିଲେ।
