**ନୂଆପଡ଼ା ଜିଲ୍ଲା ଖଡିଆଳ ପାଟଣା କ୍ଷେତ୍ରୀୟ ସମାଜ ଭବନ ଠାରେ ଅବସର ପ୍ରାପ୍ତ ଆୟକର ବିଭାଗ କମିସନର ଶ୍ରୀକାନ୍ତ ଚାଟାର୍ଜୀ ଙ୍କ ରଚିତ ପୁସ୍ତକ ଉନ୍ମୋଚନ* ।
ନୂଆପଡା(ମିଖାଏଲ ନନ୍ଦ)
ତା:୦୧.୦୩.
ନୂଆପଡ଼ା ଜିଲ୍ଲା ଖଡିଆଳ ପାଟଣା କ୍ଷେତ୍ରୀୟ ସମାଜ ଭବନ ଠାରେ ଅବସର ପ୍ରାପ୍ତ ଆୟକର ବିଭାଗ କମିସନର ଶ୍ରୀକାନ୍ତ ଚାଟାର୍ଜୀ ଙ୍କ ରଚିତ ପୁସ୍ତକ ଉନ୍ମୋଚନ, ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଦ୍ଵାରା ଛପନ ଭୋଗ ଉନ୍ମୋଚିତ କରି ସାହିତ୍ୟକୁ ଏକ ଅନନ୍ୟା ଉପହାର ସହ ସାଧନାର ଏକ ନିଦର୍ଶନ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଖଡିଆଳ ମାଟି ଏକ ସାହିତ୍ୟର ମାଟି ଅଟେ। ଏହି ମାଟିର ମହକ ଶ୍ରୀକାନ୍ତ ଚାଟାର୍ଜୀ ଙ୍କୁ ଟାଣି ଆଣିଥିଲ କର୍ମମୟ ଜୀବନରେ ଅବସର ଗ୍ରହଣ ପରେ ଜୀବନ ନିର୍ବାହ କରିବାକୁ। ଆଜି ତାଙ୍କ ରୁଚି ରେ ଆଲେଖ୍ୟ ପ୍ରସ୍ତୁତ କରି ଏକ ସୂତାରେ ବନ୍ଧା ହୋଇ ପୁସ୍ତକର ରୂପ ନେଇଛି। ଅନେକ ପୁସ୍ତକ ପ୍ରକାଶିତ ହେବା ସହ ଅନେକ ଅପେକ୍ଷାରେ । ଆଜି ଛପନ ଭୋଗ ପୁସ୍ତକ ଉନ୍ମୋଚନ ଉତ୍ସବ ରେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉନ୍ମୋଚନ କରିଥିବା ବେଳେ ସମୀକ୍ଷକ ଭାବରେ ଲୋହୀତାକ୍ଷ ଯୋଷୀ, ସମ୍ମାନିତ ଅତିଥି ରୂପେ ନାଣ୍ଡଲାଲ ବାରିକ, ସବିତା ଚାଟାର୍ଜୀ ମଞ୍ଚାସିନ ହୋଇଥିଲେ। ଖଡିଆଳ ସହର ଅନେକ ସାହିତ୍ୟିକ ଯୋଗ ଦେଇଥିଲେ।
