ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ର ସମାଧାନ ନିମନ୍ତେ ବରଗଡ ନାଗରିକ ମଞ୍ଚ ଜିଲ୍ଲାପାଳଙ୍କ ଦ୍ୱାରସ୍ତ
ବରଗଡ଼ : (ନି, ପ୍ର )ଗତ କିଛି ଦିନ ମଧ୍ୟରେ ବରଗଡ ସହର ଅଶାନ୍ତ ହୋଇ ପଡିଛି, ବରଗଡ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି, ଏହାକୁ ନେଇ ଜିଲ୍ଲାପାଳଙ୍କୁ ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ଗୁରୁବାର ସନ୍ଧ୍ୟା ରେ ବରଗଡ ସହର ରେ ଗୋଷ୍ଠୀ ସଂଘର୍ଷ ଓ ଦୁଇ ଜଣ ଯୁବକ ଙ୍କ ମୃତ୍ୟୁ କୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବରଗଡ ର ଜନ ସାଧାରଣ ଏବେ ଅସୁରକ୍ଷିତ ମନେ କରୁଛନ୍ତି, ବରଗଡ ଭଳି ଏକ ଶାନ୍ତି ପ୍ରିୟ ସହର ରେ ଏଭଳି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ନଥିଲା ଯାହାକି ଚିନ୍ତା ର ବିଷୟ ବର୍ତମାନ ର ସମୟରେ ଏହି ସବୁ ପରିସ୍ଥିତି ପାଇଁ ମୁଖ୍ୟତଃ ନିଶା ସେବନ ଓ ସମ୍ପୂକ୍ତ କାରବାର ବ୍ୟାପକ ଭାବେ ବୃଦ୍ଧି ପାଉଛି ଯେଉଁ ଥିରେ ଯୁବ ସମାଜ ସମ୍ପୂର୍ଣ ଭାବେ ଗ୍ରସୀତ ହୋଇ ମରଣଯନ୍ତା ରେ ପଡୁଛନ୍ତି ବୋଲି ସଭାପତି ଭୀଷ୍ମଦେବ ସରାଫ କହିଛନ୍ତି।
ଜିଲ୍ଲାରେ ନିଶା ସେବନ ଓ କାରବାର କୁ ବନ୍ଦ କରିବା ସହ ପୋଲିସ ର ସକ୍ରିୟତା କୁ ବଢେଇବା ଓ ଆଇନ ଶୃଙ୍ଖଳା କୁ ଠିକ କରିବା କୁ ନାଗରିକ ମଞ୍ଚ ଦାବୀ କରିଛି। ଏଥିରେ ଭବାନୀ ସାହୁ, ଶୟନ ପଣ୍ଡା, ମାମୁଲୁ ମହାପାତ୍ର, ସମୀର ପ୍ରଧାନ,ନିତ୍ୟା ନନ୍ଦ ବାଗ, ଗୋବିନ୍ଦ ଶର୍ମା, ନିଖିଳ ପାଣିଗ୍ରାହୀ, ଶିବାନନ୍ଦ ମଟାରୀ, ଜିଭି ରାଓ, ଗଙ୍ଗା ପୂଝରୀ,ବିଘ୍ନେସ୍ୱର ମିଶ୍ର,ଲିଙ୍ଗରାଜ ପୁରୋହିତ, ବାସୁଦେବ ବୁଡ଼େକ,ଅନିରୁଦ୍ଧ ନାଏକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
