*ଖଡିଆଳ ମହୋତ୍ସବ ୨୦୨୬ ପାଳନ ଅବସରରେ ମାଗଣା ହାଇଟେକ୍ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ଖଡିଆଳ ମହୋତ୍ସବ ୨୦୨୬ ପାଳନ ଅବସରରେ ମାଗଣା ହାଇଟେକ୍ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା ଅନୁଷ୍ଠିତ ହୋଇଯାଇଅଛି
ଏହି ସ୍ୱାସ୍ଥ୍ୟ ଶିବିର କୁ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଏବଂ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥି ରୂପେ ଖଡିଆଳ ଏମ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ପାଳନ କମିଟି ସମ୍ପାଦକ ପୃଥି ମହାନ୍ତି, ହାଇଟେକ୍ ମେଡିକାଲ ରୁ ବହୁ ଡ଼ାକ୍ତର ଆସି ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ପରାମର୍ଶ ଦେଇଥିଲେ। ଖଡିଆଳ ଠାରେ ହାଇଟେକ୍ ସ୍ୱାସ୍ଥ୍ୟ ସମ୍ଭବ ନଥିବା ବେଳେ ମହୋତ୍ସବ ସମୟରେ ପ୍ରତ୍ୟେକ ବର୍ଷ ମାଗଣା ହାଇଟେକ୍ ସ୍ୱାସ୍ଥ୍ୟ ଶିବିର ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
