ବନ ବିଭାଗର ଚଢ଼ାଉ : ହାତୀ ଦାନ୍ତ ଜବତ,୪ ଗିରଫ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ପୁଲିସ କୁ ବଡ଼ ସଫଳତା। ଦୁଇ ହାତୀ ଦାନ୍ତ ଜବତ। ସୂଚନାଯୋଗ୍ୟ ସୋର ଥାନା ତଳନଗର ନିକଟରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ହାତୀଦାନ୍ତ ଜବତ କରାଯିବା ସହିତ ଚାରିଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ଣରେ ସୋର ଥାନା ତଳନଗର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ହାତୀଦାନ୍ତ କାରବାର ହେଉଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ପରେ ବନ ବିଭାଗର ଅଧିକାରୀ ଗ୍ରାହକ ବେଶରେ ଉକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ଅନ୍ୟମାନେ କୌଶଳ କ୍ରମେ ଖସିଯାଇଥିବା ବେଳେ ଚାରିଜଣଙ୍କୁ ଗିରଫ କରାଯିବା ସହ ୨ଟି ହାତୀ ଦାନ୍ତ ଜବତ କରାଯାଇଥିଲା। ଏହି ସମୟରେ ବନ ବିଭାଗ,ସୋର ତହସିଲ ଓ ସୋର ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
