ବର୍ତ୍ତମାନର ବଡ଼ ଖବର
ରୁଙ୍ଗୁଟା କମ୍ପାନୀ ରେ ଦୁର୍ଘଟଣା ରେ
ଜଣେ ଯୁବକ ମୃତ
ସ୍ଥାନ ଢେଙ୍କାନାଳ
ତାରିଖ,୫/୦୨/୨୬ – ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଝାଡ଼ବନ୍ଧ ରୁଙ୍ଗୁଟା ଷ୍ଟିଲ କମ୍ପାନୀ ରେ ପଶ୍ଚିମ ବଙ୍ଗ ରାଜ୍ୟରୁ ଆସିଥିବା ଗୁରୁପଦ ମଣ୍ଡଳ ନାମକ ଏକ ୩୧ ବର୍ଷୀୟ ଯୁବକ ସର୍ଭେ କରୁଥିବା ସମୟରେ ପଛ ପଟରୁ ଏକ ହାଇଭା ଆସି ଧକ୍କା ଦେଇଥିଲା।ଏହା ଫଳରେ ସେ ତଳେ ପଡ଼ିଯାଇଥିଲେ ଏବଂ ଗାଡ଼ି ତାଙ୍କ ଉପରେ ଚଢ଼ିଯିବାରୁ ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଛି।ସେଠାରେ କାମ କରୁଥିବା ଲୋକମାନେ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ହଠାତ୍ ପାଖକୁ ଦୌଡ଼ି ଆସିଯାଇଥିଲେ ଏବଂ ପାଟି ତୁଣ୍ଡ କରି ଫାଟକ ଆଗରେ ଧାରଣା ଦେଇଥିଲେ।ଖବର ପାଇ ହିନ୍ଦୋଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ସତ୍ୟ କୁମାର ନନ୍ଦ ଆସି ପରିସ୍ଥିତି କୁ ସମ୍ଭାଳି ଥିଲେ। କମ୍ପାନୀ ତରଫରୁ ଯୁବକ ଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ପରେ ଶବ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଚିକିତ୍ସାଳୟ କୁ ପଠାଯାଇଥିଲା
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
