ସୋର ଶ୍ରୀରାମ ନବମୀ ଉପଲକ୍ଷେ ସୋର ଶ୍ରୀରାମ ସେନା ତରଫରୁ ହୋଟେଲ ରୟାଲ ର ସମ୍ମିଳନୀ କକ୍ଷରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ସଭାପତି ବିଷ୍ଣୁ ମୋହନ ପଣ୍ଡା, ସମ୍ପାଦକ ମନିଷ୍ ଗୁପ୍ତା ଏବଂ ବରିଷ୍ଠ ଆଇନଜୀବି କାହ୍ନୁଚରଣ ବେହେରା ସୋର ଶ୍ରୀରାମ ସେନା ତରଫରୁ ହେବାକୁ ଥିବା ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଉପଲକ୍ଷେ ସାମ୍ୟକ ସୂଚନା ଦେଇଥିଲେ। ଗତ ୧୭ ବର୍ଷ ଧରି ସୋରରେ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶକୁ ଗ୍ରହଣ କରି ଶ୍ରୀରାମ ନବମୀ ଉପଲକ୍ଷେ ଶ୍ରୀରାମ ସେନା ତରଫରୁ ରାଷ୍ଟ୍ରୀୟ ନବବର୍ଷ ଅର୍ଥାତ୍ ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ଶ୍ରୀରାମ ନବମୀ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ବିଭିନ୍ନ ସାମାଜିକ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଅଛି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶ୍ରୀରାମ ନବମୀ ଉତ୍ସବ ସୋର ଓ ଆଖପାଖ ଅଞ୍ଚଳରେ ରାମଭକ୍ତ ମାନଙ୍କ ସହଯୋଗରେ ନିମ୍ନୋକ୍ତ କାର୍ଯ୍ୟକ୍ରମ ଉତ୍ସାହ ଉଦ୍ଦୀପନାର ସହିତ ପାଳନ କରାଯିବ ।
ଶ୍ରୀରାମ ସେନା ସୋର ଶାଖା ତରଫରୁ ସମସ୍ତ ରାମ ଭକ୍ତମାନଙ୍କୁ ଅନୁରୋଧ ସମସ୍ତ କାର୍ଯ୍ୟକ୍ରମକୁ ସଫଳତା ପ୍ରଦାନ କରିବା ପାଇଁ ନିଜର ଅକୁଣ୍ଠ ଚିତ୍ତରେ ତନ, ମନ ଓ ଧନ ପୂର୍ବକ ସହଯୋଗ କରିବା ପାଇଁ ଉପସଭାପତି ମନୋରଞ୍ଜନ ଧଡା କହିଥିଲେ।।
ତା ୩୦/୦୩/୨୦୨୫ ରିଖ, ରବିବାର ଦିନ ସକାଳ ୯ ଘଟିକାରୁ ବିଶାଳ ରକ୍ତଦାନ ଶିବିର ,
ତା ୩୧/୦୩/୨୦୨୫ ରିଖ, ସୋମବାର: ଚୈତ୍ରଶୁକ୍ଳ ପ୍ରତିପଦ, ରାଷ୍ଟ୍ରିୟ ହିନ୍ଦୁ ନବବର୍ଷ, ସୋର ଗୋଶାଳା ରେ ଗୋ-ସେବା ଓ ଗୋ-ପୂଜନ ସକାଳ ଘ. ୬. ୩୦ ମି.
ତା ୦୧/୦୪/୨୦୨୫ ରିଖ, ମଙ୍ଗଳବାର : ସାମୂହିକ ହନୁମାନ ଚାଳିଶା ପାଠ ।
ତା ୦୩/୦୪/୨୦୨୫ ରିଖ, ଗୁରୁବାର ଦିନ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ ଓ ରୋଗୀସେବା ହେବ।
ତା ୦୪/୦୪/୨୦୨୫ ରିଖ ଅପରାହ୍ନ ୩ ଘଟିକା ସମୟରେ ମହିଳା ବାଇକ୍ ଶୋଭାଯାତ୍ରା, ଶୁକ୍ରବାର : ମହିଳା ମୋଟର ସାଇକେଲ ରାଲି ଏବଂ
ତା ୦୫/୦୪/୨୦୨୫ ରିଖ, ଶନିବାର ଦିନ : ପୁରୁଷ ମୋଟର ସାଇକେଲ ରାଲି ରାଧାନାଥ ପଡ଼ିଆ ପାଖରୁ ଆରମ୍ଭ ହୋଇ ବିଭିନ୍ନ ପଞ୍ଚାୟତ ଦେଇ ସୋର ନଗର ରେ ଶେଷ ହେବ।
ତା ୦୬/୦୪/୨୦୨୫ ରିଖ , ରବିବାର ଦିନ ବିଶାଳ ଶ୍ରୀରାମ ନବମୀ ଶୋଭାଯାତ୍ରା ଗୋପିନାଥପୁର ଷ୍ଟକଚର ପାଖରୁ ଆରମ୍ଭ ହୋଇ ସୋର ରାଇପୁର ହନୁମାନ ମନ୍ଦିର ନିକଟରେ ଶେଷ ହେବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଶୁଶିଲି ଝୁନଝୁନଆଲା , ପ୍ରହ୍ଲାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।
