
କେନ୍ଦୁଝର,..:କେନ୍ଦୁଝର ଗଡ଼ ସରକାରୀ ( ଟାଉନ )ବାଳିକା ଉଚ୍ଚ ବିଦ୍ୟାଳୟ ର ଏନର୍ଜି କ୍ଲବ ଦ୍ବାରା ବିଦ୍ୟାଳୟ ସଭାଗୃହରେ ଶକ୍ତିସରକ୍ଷଣ ଓ ପରିବେଶ ସନ୍ତୁଳନ ସେମିନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜୟ ପ୍ରକାଶ ରାଉତ ଅଧ୍ୟକ୍ଷତା କରିବା ସହିତ ଶକ୍ତି ସରଂକ୍ଷଣ ପାଇଁ ଆହ୍ବାନ ଦେଇଥିଲେ।ଏଥିରେ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ୨୫୦ରୁ ଉର୍ଦ୍ଧ ଛାତ୍ରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶିକ୍ଷକ ଶ୍ରୀ ଅଜ୍ଞାନ କୁମାର ଚାନ୍ଦ ଙ୍କ ସଂଯୋଜନା ରେ ଶ୍ରୀ ଅରୁଣ କୁମାର ପୃଷ୍ଟି ଙ୍କ ସହଯୋଗରେ ସେମିନାର ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ କେନ୍ଦୁଝର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ ଙ୍କ ଫୋଟ ଚିତ୍ର ରେ ମୁଖ୍ୟବକ୍ତା ଶ୍ରୀଭକ୍ତ ବତ୍ସଳ ମହାନ୍ତି ଓ ମୁଖ୍ୟ ଅତିଥି ଶ୍ରୀ ସୂର୍ଯ୍ୟସିଂ ସୋରେନ ଧୂପଦ୍ବୀପ ପ୍ରଜ୍ଜଳନ ସହ ପୁଷ୍ପମାଲ୍ୟର୍ପଣ କରି ସେମିନାର ଉଦଘାଟନ କରିଥିଲେ।କେନ୍ଦୁଝର ସିଟିଜେନ ଫୋରମ ର ବରିଷ୍ଠ ସଦସ୍ୟ,ଓଡିଶାଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ତଥା କେନ୍ଦୁଝର ଶିଶୁ ଅଧିକାର ସୁରକ୍ଷା ପରିଷଦର ଆବାହକ ଶ୍ରୀ ଭକ୍ତବତ୍ସଳ ମହାନ୍ତି ବାୟୁମଣ୍ତଳର ପରିବର୍ତ୍ତନ ଯୋଗୁଁ ପରିବେଶର ଅସନ୍ତୁଳିତ ହେଉଛି ବୋଲି ମତବ୍ୟତ କରିଥିଲେ ।କେନ୍ଦୁଝର ସହର ସମେତ ଗ୍ରାମାଞ୍ଚଳରେ ଭୂତଳଜଳ ଧିରେଧିରେ ହ୍ରାସ ପାଉଛି।ଖଣିଖାଦାନ ଖନନ ପାଇଁ ଜଙ୍ଗଲ ଅବକ୍ଷୟ ଘଟୁଛି।ଜୈବ ବିବିଧତା ପ୍ରତି ଭୟଙ୍କର ଭାବେ ବିପଦ ମାଡି ଆସୁଛି।ଶକ୍ତି ସଞ୍ଚୟ ନିମନ୍ତେ ସୈାରଶକ୍ତିର ବ୍ୟବହାର,ବର୍ଷାଜଳ ସରଂକ୍ଷଣ,ଭୂତଳ ଜଳର ସଠିକ ପରିଚାଳନା,ଗ୍ରାମାଞ୍ଚଳରେ ଜଳସଂରକ୍ଷଣ ପାଇଁ ଅଧିକରୁ ଅଧିକ କୂଅ ପୋଖରୀ ଖନନ ଓ ଜଳ ଅମଳ ପ୍ରକଳ୍ପ କରିବାକୁ ପଡିବ l ସଘନ ବୃକ୍ଷରୋପଣ ଜଳବାୟୁକୁ ନିୟନ୍ତ୍ରଣ ସହ ପରୋକ୍ଷରେ ଶକ୍ତି ସଞ୍ଚୟ କରିବାରେ ସାହାର୍ଯ୍ୟ କରିବ l ଫାଉଣ୍ଡେସନ ଫର ଇକୋଲଜିକାଲ ସିକ୍ୟୁରିଟି ଦଳପତି ଶ୍ରୀ ସୂର୍ଯ୍ୟ ସିଂ ସୋରେନ ବନାଗ୍ନି ରୋକିବା,ଜଙ୍ଗଲ ସୁରକ୍ଷା,ପ୍ରାକୃତିକ ସମ୍ବଳ ସଠିକ୍ ପରିଚାଳନା କଲେ ଶକ୍ତିସଞ୍ଚୟ ଓ ପରିବେଶ ସନ୍ତୁଳିତ ରହିବ।ଶେଷରେ ଛାତ୍ରୀ ମାନଙ୍କ ମଧ୍ୟରେ ଜଳସଂରକ୍ଷଣ,ଶକ୍ତି ସଞ୍ଚୟ ଉପରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ଛାତ୍ରୀ ସୁଶୀ ଡେଜାଲିନ ପାତ୍ର ଧନ୍ୟବାଦ ଦେଇଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।କେନ୍ଦୁଝର,୨୬।୩:କେନ୍ଦୁଝର ଗଡ଼ ସରକାରୀ ( ଟାଉନ )ବାଳିକା ଉଚ୍ଚ ବିଦ୍ୟାଳୟ ର ଏନର୍ଜି କ୍ଲବ ଦ୍ବାରା ବିଦ୍ୟାଳୟ ସଭାଗୃହରେ ଶକ୍ତିସରକ୍ଷଣ ଓ ପରିବେଶ ସନ୍ତୁଳନ ସେମିନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜୟ ପ୍ରକାଶ ରାଉତ ଅଧ୍ୟକ୍ଷତା କରିବା ସହିତ ଶକ୍ତି ସରଂକ୍ଷଣ ପାଇଁ ଆହ୍ବାନ ଦେଇଥିଲେ।ଏଥିରେ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ୨୫୦ରୁ ଉର୍ଦ୍ଧ ଛାତ୍ରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶିକ୍ଷକ ଶ୍ରୀ ଅଜ୍ଞାନ କୁମାର ଚାନ୍ଦ ଙ୍କ ସଂଯୋଜନା ରେ ଶ୍ରୀ ଅରୁଣ କୁମାର ପୃଷ୍ଟି ଙ୍କ ସହଯୋଗରେ ସେମିନାର ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ କେନ୍ଦୁଝର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ ଙ୍କ ଫୋଟ ଚିତ୍ର ରେ ମୁଖ୍ୟବକ୍ତା ଶ୍ରୀଭକ୍ତ ବତ୍ସଳ ମହାନ୍ତି ଓ ମୁଖ୍ୟ ଅତିଥି ଶ୍ରୀ ସୂର୍ଯ୍ୟସିଂ ସୋରେନ ଧୂପଦ୍ବୀପ ପ୍ରଜ୍ଜଳନ ସହ ପୁଷ୍ପମାଲ୍ୟର୍ପଣ କରି ସେମିନାର ଉଦଘାଟନ କରିଥିଲେ।କେନ୍ଦୁଝର ସିଟିଜେନ ଫୋରମ ର ବରିଷ୍ଠ ସଦସ୍ୟ,ଓଡିଶାଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ତଥା କେନ୍ଦୁଝର ଶିଶୁ ଅଧିକାର ସୁରକ୍ଷା ପରିଷଦର ଆବାହକ ଶ୍ରୀ ଭକ୍ତବତ୍ସଳ ମହାନ୍ତି ବାୟୁମଣ୍ତଳର ପରିବର୍ତ୍ତନ ଯୋଗୁଁ ପରିବେଶର ଅସନ୍ତୁଳିତ ହେଉଛି ବୋଲି ମତବ୍ୟତ କରିଥିଲେ ।କେନ୍ଦୁଝର ସହର ସମେତ ଗ୍ରାମାଞ୍ଚଳରେ ଭୂତଳଜଳ ଧିରେଧିରେ ହ୍ରାସ ପାଉଛି।ଖଣିଖାଦାନ ଖନନ ପାଇଁ ଜଙ୍ଗଲ ଅବକ୍ଷୟ ଘଟୁଛି।ଜୈବ ବିବିଧତା ପ୍ରତି ଭୟଙ୍କର ଭାବେ ବିପଦ ମାଡି ଆସୁଛି।ଶକ୍ତି ସଞ୍ଚୟ ନିମନ୍ତେ ସୈାରଶକ୍ତିର ବ୍ୟବହାର,ବର୍ଷାଜଳ ସରଂକ୍ଷଣ,ଭୂତଳ ଜଳର ସଠିକ ପରିଚାଳନା,ଗ୍ରାମାଞ୍ଚଳରେ ଜଳସଂରକ୍ଷଣ ପାଇଁ ଅଧିକରୁ ଅଧିକ କୂଅ ପୋଖରୀ ଖନନ ଓ ଜଳ ଅମଳ ପ୍ରକଳ୍ପ କରିବାକୁ ପଡିବ l ସଘନ ବୃକ୍ଷରୋପଣ ଜଳବାୟୁକୁ ନିୟନ୍ତ୍ରଣ ସହ ପରୋକ୍ଷରେ ଶକ୍ତି ସଞ୍ଚୟ କରିବାରେ ସାହାର୍ଯ୍ୟ କରିବ l ଫାଉଣ୍ଡେସନ ଫର ଇକୋଲଜିକାଲ ସିକ୍ୟୁରିଟି ଦଳପତି ଶ୍ରୀ ସୂର୍ଯ୍ୟ ସିଂ ସୋରେନ ବନାଗ୍ନି ରୋକିବା,ଜଙ୍ଗଲ ସୁରକ୍ଷା,ପ୍ରାକୃତିକ ସମ୍ବଳ ସଠିକ୍ ପରିଚାଳନା କଲେ ଶକ୍ତିସଞ୍ଚୟ ଓ ପରିବେଶ ସନ୍ତୁଳିତ ରହିବ।ଶେଷରେ ଛାତ୍ରୀ ମାନଙ୍କ ମଧ୍ୟରେ ଜଳସଂରକ୍ଷଣ,ଶକ୍ତି ସଞ୍ଚୟ ଉପରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ଛାତ୍ରୀ ସୁଶୀ ଡେଜାଲିନ ପାତ୍ର ଧନ୍ୟବାଦ ଦେଇଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।