
ନୂଆପଡା (ମିଖାଏଲ ନନ୍ଦ):ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ତୁକୁଲା ର କ୍ଷମା ମେହେର ଡିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ୨୦୨୫ ପାଳିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ନୂଆପଡା ଉପଜିଲ୍ଲପାଳ ଯୋଗେନ୍ଦ୍ର ମାଝୀ ସଭାରେ ଯୋଗ ଦେଇ ଛାତ୍ର ସମାଜ ର ଭବିଷ୍ୟତ କିପରି ଉଜ୍ୱଳ ମୟ ହୋଇପାରିବ ସେ ବିଷୟରେ ଅଭିଭାଷଣ ଦେଇ ଥିଲେ. ମୁଖ୍ୟ ବକ୍ତା ପୂର୍ବତନ ଅଧକ୍ଷ୍ୟ ଡିଏ ଭି ମହାବିଦ୍ୟାଳୟ ଡ୍ର. ଶିବ ପ୍ରସାଦ ବେହେରା ଭଲ ମଣିଷ ହେବାର ଦିଗ ଦର୍ଶନ ଦେଇଥିଲେ।+୩ ତୁକୁଲା ମହାବିଦ୍ୟାଳୟ ର ଅଧକ୍ଷ ଡ୍ର. ରବୀନ୍ଦ୍ର ମିଶ୍ର ଛାତ୍ରଛାତ୍ରୀ ଜୀବନରେ ଶୃଙ୍ଖଳା ଓ ସଂଯମତା ଉପରେ କହିଥିଲେ।ଅଧ୍ୟାପକ ରାଜ କିଶୋର ମେହେର ପିଲା ମାନଙ୍କୁ ଦିଗ ଦର୍ଶନ ଦେଇଥିଲେ। ଡ୍ର. ଉମାକାନ୍ତ ପ୍ରଧାନ ବିବରଣୀ ପାଠ କରିଥିଲେ। ଅଧ୍ୟାପିକା ଅପୂର୍ଣ୍ଣା ଚଲାନ ଓ ତୁଲେଶ୍ୱରୀ ରଣା ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସ୍ମିତାରାଣୀ ଜଗତ ଧନ୍ୟବାଦ ଅର୍ପଣ କରିଥିଲେ।