
କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ,କ୍ୟାନ୍ସର ଓ କୀଡୀନ ରୋଗ କବଳରେ ପାଲଟପୁର ପଞ୍ଚାୟତ, ୧୦ ବର୍ଷରେ ଗଲାନି ୧୨୦ରୁ ଅଧିକ ଜୀବନ. ଦଶରଥପୁର,
ଭଞ୍ଜଦୂତ(ନି.ପ୍ର)
ରିପୋର୍ଟର-ମାନସ କୁମାର ସାହୁ
ତା-୩୦/୧ :- ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତରେ କ୍ୟାନ୍ସର ଓ କୀଡୀନ ରୋଗରେ ଅକାଳରେ ଯାଉଛି ଜୀବନ। ଉଜୁଡି ଯାଉଛି ସଂସାର, ବେସାହାରା ହେଉଛି ପରିବାର,। ଗତ ୧୦ ବର୍ଷ ମଧ୍ୟରେ ଏହି ପଞ୍ଚାୟତରେ ୧୨୦ ଜଣଙ୍କ ଜୀବନ ଗଲାଣି। ଏବେବି ଚିକିତ୍ସାଧିନ ଅଛନ୍ତି ୧୦ ରୁ ଅଧିକ ରୋଗୀ। ପାଲଟପୁର ପଞ୍ଚାୟତର ମୁରାରୀପୁର, ନୀଳକଣ୍ଠପୁର, ସାଠିବାଟି, ପାଲଟପୁର, ବିନ୍ଧାନନ୍ଦିପୁର ରାଜସ୍ବଗ୍ରାମ ରହିଛି। ପ୍ରତ୍ୟେକ ଗ୍ରାମରେ ୨୦ ରୁ ୪୦ ପର୍ଯ୍ୟନ୍ତ ଲୋକେ କ୍ୟାନ୍ସର ଓ କୀଡୀନି ରୋଗରେ ପ୍ରାଣ ହରାଇ ସାରିଲେଣି। ଏ ସମ୍ପର୍କରେ ଗତ ୫ ବର୍ଷ ମଧ୍ୟରେ ପଞ୍ଚାୟତ ପକ୍ଷରୁ ଜିଲ୍ଲାପାଳ, ବିଡ଼ିଓ, ପାନୀୟଜଳ ଯୋଗାଣ ଅଧିକରୀଙ୍କୁ ୨୦ରୁ ଅଧିକଥର ଅଭିଯୋଗ ହୋଇଆସୁଛି। ଏମିତିକି ପୂର୍ବ ସରକାର ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରାଯାଇ ନିରାକାରଣ ପାଇଁ ନିବେଦନ କରାଯାଇଥିବାବେଳେ ରାଜ୍ୟପାଳଙ୍କୁ ଭେଟି ମଧ୍ୟ ଏହାର ସମାଧାନ ପାଇଁ ଦାବି କରାଯାଇଥିଲା ମାତ୍ର ଏହା ତଦନ୍ତରେ ଅଟକିଯାଇଥିଲା। ବର୍ତମାନ ପୁନଶ୍ଚ ଅକାଳ ବିୟୋଗରେ ପଞ୍ଚାୟତ ପକ୍ଷରୁ ଜିଲ୍ଲାପାଳ, ପାନୀୟଜଳ ଯୋଗାଣ ଅଧିକାରୀଙ୍କୁ ଅବଗତ କଲା ପରେ ଆରମ୍ଭ ହୋଇଛି ତଦନ୍ତ .
