କେନ୍ଦୁଝର (୨୬.୦୧) ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ପତଳା ଗ୍ରାମର ଯୁବକ ସଙ୍ଘ ଆନୁକୂଲ୍ୟରେ ୧୦ମ ନକଆଉଟ କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୧୬ଟି ଟିମ ଅଂଶ ଗ୍ରହଣ କରିଥିଲେ l ସୋମବାର ଫାଇନାଲ ଖେଳରେ ସାକ୍ଷୀ ଇଲେଭେନ ଚମ୍ପୁଆ ପ୍ରଥମ ବ୍ୟାଟିଙ୍ଗ କରି ୧୦୩ ରନ ର ଟାର୍ଗେଟ (ଲକ୍ଷ) ଦେଇଥିଲା ତାଙ୍କ ପ୍ରତିଦ୍ବନ୍ଦୀ ଟିମ ମାହି ୭ ବଡ଼ବିଲ ମାତ୍ର ୧୦୩ ର ଲକ୍ଷ କୁ ସହଜରେ ହାସଲ କରି ପ୍ରଥମ ସ୍ଥାନ ଅକ୍ତିଆର କରି ଚମ୍ପିୟାନ ହୋଇଥିଲା l ଖେଳକୁ ଓମ୍ପିୟାର ଭାବେ ସୋମ୍ୟରଞ୍ଜନ ରାଣା ଓ ଦିବ୍ୟରଞ୍ଜନ ରାଣା ପରିଚାଳନା କରିଥିବା ବେଳେ ଯୁବ ଭାଷ୍ୟକାର ବୁଲବୁଲ ଆପଟ୍ଟ ଧାର ବିବରଣୀ ପ୍ରଦାନ କରିଥିଲେ l ପୁରସ୍କାର ବିତରଣ ଉଦଯାପନୀ ସୋଭାରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ସାଂସଦ ତଥା ଲୋକପ୍ରିୟ ବିଜେପି ନେତା ଶ୍ରୀଯୁକ୍ତ ଅନନ୍ତ ନାୟକଙ୍କ ସହିତ ସମ୍ନାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ପ୍ରତିନିଧି ଝୁମ୍ପୁରା ବ୍ଲକ ମହେନ୍ଦ୍ର ପଟ୍ଟନାୟକ,ଅନ୍ୟ ସମ୍ନାନୀତ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ, ଲୋକପ୍ରିୟ ବିଜେପି ନେତା ଶ୍ରୀମନ୍ତ କୁମାର ତ୍ରିପାଠୀ, ବିଜେପି ନେତା ତଥା ଆଇନଜୀବି ରମେଶ ଚନ୍ଦ୍ର ପ୍ରଧାନ, ସାଂସଦ ପ୍ରତିନିଧି ସିଦ୍ଧାର୍ଥ କୁମାର ସିଂ, ରଜିଆ ସରପଞ୍ଚ ସନ୍ତୋଷ ନାଏକ ଓ ଅନେକ ବିଜେପି କର୍ମୀ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଅତିଥି ମାନେ ଗ୍ରାମାଞ୍ଚଳ ଖେଳାଳିମାନଙ୍କ କ୍ରୀଡା ପ୍ରତିଭା ବିକାଶରେ ଭିତିଭୂମି ସୁଦୃଢ଼ୀକରଣ ଓ ପ୍ରୋତ୍ସାହନ ଉପରେ ଆଲୋକପାତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରାଜ୍ୟ ସରକାର କ୍ରୀଡାକୁ ଗୁରୁତ୍ୱ ନେବା ସହିତ ବିଜେପି ସରକାର ଖେଳ ପଡିଆର ଉନ୍ନତି କରଣ ଓ ସାଂସଦ ଖେଳ ମହୋତ୍ସବ ମଧ୍ୟମରେ କ୍ରୀଡା ପ୍ରତିଭାକୁ ଉପଯୁକ୍ତ ସ୍ନମାନ ଦେଉଥିବା ଉଲେଖ କରିଥିଲେ l ଏହି ଅବସରରେ ଅତିଥିମାନେ ବିଜୟୀ ଚମ୍ପିୟାନ ଟିମ ଓ ରନର୍ସ ଅଫ ଥିବା ଅନ୍ୟ ତିନୋଟି ଟିମ କୁ ପୁରସ୍କାର ବିତରଣ କରିଥିଲେ l ପ୍ରଥମେ ଅତିଥିମାନଙ୍କୁ ଗ୍ରାମ ମହିଳା ଓ ଜନ ସାଧାରଣ ସ୍ୱାଗତ କରି ବନ୍ଦାପନା କରି ମୃଦଙ୍ଗ ବାଦ, ଡିଜେ ଗୀତ ତାଳେ ତାଳେ ନାଚ ଗୀତ କରି ବୋହୁ ଆଡମ୍ବର ସହିତ ମଞ୍ଚ ଉପରୋକୁ ପାଛୋଟି ଆଣିଥିଲେ l ଅତିଥି ମାନଙ୍କ ସହିତ ହଜାର ହଜାର କ୍ରିକେଟ ପ୍ରେମି ଆବାଳ ବୃଦ୍ଧ ବନିତା କ୍ରିକେଟ ଖେଳକୁ ଉପଭୋଗ କରିଥିବା ଦେଖିବାକୁ ମିଳିଛି l
