*ନୂଆପଡ଼ା ଜିଲ୍ଲା ଖଡିଆଳ ସହର ୩୫୩ ନମ୍ୱର୍ ଜାତୀୟ ରାଜପଥ ତିନି ପ୍ରମୁଖ ଛକ ରେ ଉଚ୍ଚ ଖୁଣ୍ଟ ହାଇମାକ୍ସ ଲାଇଟ୍ ବ୍ୟବସ୍ଥା ଆରମ୍ଭ, ଉଚ୍ଚ ଖୁଣ୍ଟ ଖଞ୍ଜା*
ନୂଆପଡା(ମିଖାଏଲ ନନ୍ଦ)
ତା:୨୭.୦୧.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହର ୩୫୩ ନମ୍ୱର୍ ଜାତୀୟ ରାଜପଥ ତିନି ପ୍ରମୁଖ ଛକ ରେ ଉଚ୍ଚ ଖୁଣ୍ଟ ହାଇମାକ୍ସ ଲାଇଟ୍ ବ୍ୟବସ୍ଥା ଆରମ୍ଭ ହେବା ନେଇ ଆଜି ଉଚ୍ଚ ଖୁଣ୍ଟ ଖଞ୍ଜା ହୋଇଅଛି। ଖଡିଆଳ ସହର ଗୁରୁନାନକ ଛକ, ବୋଡ଼େନ ଛକ ଏବଂ ହନୁମାନ ମନ୍ଦିର ଛକ ରେ ସହର ଆଲୋକ ବ୍ୟବସ୍ଥା ପାଇଁ ବିଦ୍ୟୁତ୍ ଖୁଣ୍ଟ ଖଞ୍ଜା ହୋଇଅଛି। ସେହିପରି ଖଡିଆଳ ସହକୁ ସଂଯୋଗ କରୁଥିବା ବିଭିନ୍ନ ପଞ୍ଚାୟତ ସଡ଼କ ଉପରେ ମଧ୍ୟ ସହରୀ ଆଲୋକ ସେବା ପ୍ରଦାନ ପାଇଁ ଖୁଣ୍ଟ ପୋଟା ହୋଇଅଛି। ଅଳ୍ପ ଦିନ ରେ ଏହି ସେବା ସ୍ଵାଭାବିକ ହେବ। ଆଜି ଗୁରୁନାନକ ଛକ ଠାରେ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ଏବଂ ନିର୍ମାଣ ସଂସ୍ଥା ର ଅମିତ୍ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଖୁଣ୍ଟ ଖଞ୍ଜା ବେଳେ ସୁରକ୍ଷା ବ୍ୟବସ୍ଥା ଗୁରୁତ୍ବ ଦେବାକୁ ଆହ୍ବାନ କରିଥିଲେ
